ସୋଆ ଫେକ୍‌ ପ୍ଲେସ୍‌ମେଣ୍ଟ; ଜେଲ ଗଲେ କନ୍ସଲଟାଣ୍ଟ ମାନସ ନାୟକ

ଭୁବନେଶ୍ୱର: ରିମାଣ୍ଡ ସରିବା ପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଆଇଟିଇଆର୍ ଫେକ୍ କନ୍ସଲଟାଣ୍ଟ ମାନସ ନାୟକଙ୍କୁ ଆଜି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତିନିଦିନିଆ ରିମାଣ୍ଡ ସମୟରେ ପୋଲିସ୍ ମାନସଙ୍କଠାରୁ ଆଇଟିଇଆର ମିଛ ନିଯୁକ୍ତି ପଛର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ହେଲେ ଠକ ପ୍ଲେସ୍‌ମେଣ୍ଟ ଏଜେନ୍ସି ସହିତ ସୋଆ ପକ୍ଷରୁ କିଏ ସବୁ ଡିଲ୍ କରିଥିଲେ ଏ ସଂପର୍କରେ ମୁହଁ ଖୋଲୁନି କମିଶନରେଟ୍ ପୋଲିସ୍। ସେପଟେ ମାମଲାରେ ସରକାରୀ ନିଷ୍କ୍ରିୟତା ପ୍ରତିବାଦରେ ଆଜି […]

SOA

SOA

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 09:17 PM IST

Sports

Latest News

ଭୁବନେଶ୍ୱର: ରିମାଣ୍ଡ ସରିବା ପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଆଇଟିଇଆର୍ ଫେକ୍ କନ୍ସଲଟାଣ୍ଟ ମାନସ ନାୟକଙ୍କୁ ଆଜି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତିନିଦିନିଆ ରିମାଣ୍ଡ ସମୟରେ ପୋଲିସ୍ ମାନସଙ୍କଠାରୁ ଆଇଟିଇଆର ମିଛ ନିଯୁକ୍ତି ପଛର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ହେଲେ ଠକ ପ୍ଲେସ୍‌ମେଣ୍ଟ ଏଜେନ୍ସି ସହିତ ସୋଆ ପକ୍ଷରୁ କିଏ ସବୁ ଡିଲ୍ କରିଥିଲେ ଏ ସଂପର୍କରେ ମୁହଁ ଖୋଲୁନି କମିଶନରେଟ୍ ପୋଲିସ୍। ସେପଟେ ମାମଲାରେ ସରକାରୀ ନିଷ୍କ୍ରିୟତା ପ୍ରତିବାଦରେ ଆଜି ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ ଓ ବିଭିନ୍ନ ଛାତ୍ର ସଙ୍ଗଠନ।

ଆଇଟିଇଆର୍ ମିଛ ନିଯୁକ୍ତି ପଛରେ ହୋଇଥିଲା କେତେ ଟଙ୍କାର ଡିଲ୍? କେବେଠାରୁ ଚାଲିଥିଲା ମିଛ ନିଯୁକ୍ତିର ନାଟକ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏ ଖେଳରେ ଆଇଟିଇଆର କେଉଁମାନେ ସଂପୃକ୍ତ? ମିଳିଥିବା ସୂଚନା ଅନୁସାରେ ତିନିଦିନିଆ ରିମାଣ୍ଡ ରହଣୀରେ ଫେକ୍ କନ୍ସଲଟାଣ୍ଟ ମାନସ ନାୟକଙ୍କଠାରୁ ଏମିତି ସବୁ ପ୍ରଶ୍ନର ଠୋସ୍ ଉତ୍ତର ପାଇଛି କମିଶନରେଟ୍ ପୋଲିସ୍। ମାତ୍ର ଗଣମାଧ୍ୟମ ଆଗରେ ଏନେଇ ନିର୍ଦ୍ଦିଷ୍ଟ ତଥ୍ୟ ରଖୁନାହିଁ ପୋଲିସ୍। କମିଶନର କହିଛନ୍ତି ମାନସଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଫେକ୍ ପ୍ଲେସ୍‌ମେଣ୍ଟ ପଛରେ ଥିବା ସ୍ପେଶାଲ ୨୫ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଅଧିକାଂଶ କନ୍‌ସଲଟାଣ୍ଟ ଓ ଫେକ୍ କମ୍ପାନୀର ପ୍ରତିନିଧି ଦିଲ୍ଲୀର ହୋଇଥିବାରୁ ଦିଲ୍ଲୀ ମୁହାଁ ହୋଇଛି ତଦନ୍ତ।

ଅନ୍ୟପକ୍ଷରେ ଆଇଟିଇଆର୍ ଫେକ ପ୍ଲେସମେଣ୍ଟକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ସୋଆ ମାମଲାରେ ସରକାରଙ୍କ ନିରବତାକୁ ପ୍ରଶ୍ନ କରି ଆଜି ରାସ୍ତାକୁ ଓହ୍ଲାଇଥିଲା ଛାତ୍ର କଂଗ୍ରେସ। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ଶିଶୁ ଭବନ ଛକ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଛାତ୍ର କଂଗ୍ରେସ କର୍ମୀ। ସେହିପରି ସୋଆ ପ୍ରତିଷ୍ଠା ମନୋଜ ନାୟକ, କୁଳପତି ଓ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଓଡିଶା ଷ୍ଟୁଡେଣ୍ଟ ଫୋରମ ପକ୍ଷରୁ ମଧ୍ୟ ଆଜି ରାଜ୍ୟପାଳଙ୍କ ବାସଭବନ ବାହାରେ ବିକ୍ଷୋଭ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos