ଏଆଇସିଟିଇ ଗାଇଡ୍‌ଲାଇନ୍‌ କେତେଦୂର ପାଳନ କରୁଛି ସୋଆ; ୱେବସାଇଟ୍‌ରେ ତଥ୍ୟ ନାହିଁ

ଭୁବନେଶ୍ୱର: ଫେକ୍ ପ୍ଲେସମେଣ୍ଟକୁ ନେଇ ବିବାଦ ଘେରକୁ ଆସିଥିବା ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏଆଇସିଟିଇ ଗାଇଡଲାଇନ୍ ପାଳନ କରୁଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଡିମଡ୍ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଏଆଇସିଟିଇର ଅନୁମୋଦନ ବାଧ୍ୟତାମୂଳକ ନୁହେଁ। ତେବେ ଶିକ୍ଷାନୁଷ୍ଠାନରେ ଏଆଇସିଟିଇ ଅନୁମୋଦିତ ଭିତ୍ତିଭୂମି ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥା ରହିବା ଜରୁରୀ। ସେଣ୍ଟ୍ରାଲ ଇନଫରମେସନ କମିଶନ(ସିଆଇସି)ଙ୍କ ରାୟ ଅନୁସାରେ ଶିକ୍ଷାନୁଷ୍ଠାନରେ ସମସ୍ତ ଭିତ୍ତିଭୂମି ସଂପର୍କିତ ତଥ୍ୟ ନିଜସ୍ୱ […]

SOA

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 07:05 PM IST

ଭୁବନେଶ୍ୱର: ଫେକ୍ ପ୍ଲେସମେଣ୍ଟକୁ ନେଇ ବିବାଦ ଘେରକୁ ଆସିଥିବା ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏଆଇସିଟିଇ ଗାଇଡଲାଇନ୍ ପାଳନ କରୁଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଡିମଡ୍ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଏଆଇସିଟିଇର ଅନୁମୋଦନ ବାଧ୍ୟତାମୂଳକ ନୁହେଁ। ତେବେ ଶିକ୍ଷାନୁଷ୍ଠାନରେ ଏଆଇସିଟିଇ ଅନୁମୋଦିତ ଭିତ୍ତିଭୂମି ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥା ରହିବା ଜରୁରୀ। ସେଣ୍ଟ୍ରାଲ ଇନଫରମେସନ କମିଶନ(ସିଆଇସି)ଙ୍କ ରାୟ ଅନୁସାରେ ଶିକ୍ଷାନୁଷ୍ଠାନରେ ସମସ୍ତ ଭିତ୍ତିଭୂମି ସଂପର୍କିତ ତଥ୍ୟ ନିଜସ୍ୱ ୱେବସାଇଟରେ ଉଲ୍ଲେଖ ରଖିବା ଆବଶ୍ୟକ।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଡିମଡ୍ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଏଆଇସିଟିଇ ଦ୍ୱାରା ପରିଚାଳିତ ସର୍ବନିମ୍ନ ଗାଇଲାଇନଠାରୁ ଅଧିକ ରହିଥିବା ଆବଶ୍ୟକ। ଡିମ୍‌ଡ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଏଆଇସିଟିଇ ଅନୁମୋଦନ ବାଧ୍ୟତାମୂଳକ ନୁହେଁ। ତେବେ ଅନୁଷ୍ଠାନର ଗୁଣବତ୍ତା ନେଇ ଯାଞ୍ଚ କରିବ ଏଆଇସିଟିଇ। ସେହିପରି ଏକ ମାମଲାର ଶୁଣାଣି କରି ୨୦୧୫ରେ ସିଆଇସି କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ପ୍ରମୁଖ ଥିଲା ଏଆଇସିଟିଇ ଦ୍ୱାରା ସ୍ଥିରିକୃତ ଫର୍ମାଟ ଅନୁସାରେ ନିଜ ୱେବସାଇଟରେ ଡିମ୍‌ଡ ବିଶ୍ୱବିଦ୍ୟାଳୟ, ଘରୋଇ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟ ସମସ୍ତ ତଥ୍ୟ ଅପଲୋଡ୍ କରିବେ। ଏ ସଂପର୍କିତ ତଥ୍ୟ ରିପୋର୍ଟ ଏଆଇସିଟିଇକୁ ପ୍ରଦାନ କରିବେ। ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ନିମନ୍ତେ ଅନୁଷ୍ଠାନର ଗୁଣବତ୍ତା ସଂପର୍କିତ ତଥ୍ୟ ନିଜ ଅଫିସିଆଲ ୱେବସାଇଟ୍‌ରେ ଉଲ୍ଲେଖ କରିବାକୁ ସିଆଇସିଟିଇ କହିଛନ୍ତି। ତେବେ ସୋଆ କ୍ଷେତ୍ରରେ ଏହା କେତେ ଦୂର ପାଳନ ହୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ସୋଆର ନିଜ ୱେବସାଇଟ୍‌ରେ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଓ ଫି ବାବଦରେ ଉଲ୍ଲେଖ ନଥିବା ଅଭିଯୋଗ ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏଆଇସିଟିଇ ଟିମ୍ ସୋଆକୁ ଆସି ଅନୁଧ୍ୟାନ କରିଥିଲା କି?  ଯଦି ଅନୁଧ୍ୟାନ କରିଥିଲା ତାହା ହେଲେ ସୋଆ ୱେବସାଇଟ୍‌ରେ ଉଲ୍ଲେଖ ନାହିଁ କାହିଁକି?

ଅନ୍ୟପକ୍ଷରେ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ କୌଣସି ଗୁରୁତର ଅଭିଯୋଗ ଆସିଲେ ସରକାରଙ୍କ ଅନୁମୋଦନ ନେଇ ଯୁଜିସି ତଦନ୍ତ କରିପାରିବ। ସେହିପରି ଅନୁଷ୍ଠାନରେ କୌଣସି ଠକାମୀ ହେଲେ କିମ୍ବା ଛାତ୍ରଛାତ୍ରୀ ଓ କର୍ମଚାରୀ ଗୁରୁତର ଅଭିଯୋଗ ଆଣିଲେ ସରକାର ନିଜ ଆଡୁ ତଦନ୍ତ କରିବାକୁ ୟୁଜିସିକୁ କହିପାରିବେ। ଏବେ ପ୍ରଶ୍ନ ଉଠୁଛି ଫେକ୍ ପ୍ଲେସମେଣ୍ଟ ମାମଲାରେ ସୋଆ ଛନ୍ଦି ହୋଇଥିବା ବେଳେ ରାଜ୍ୟ ସରକାର ତଦନ୍ତ ପାଇଁ ୟୁଜିସିକୁ ଅବଗତ କରିବେ କି?

Related story