ସୋସିଆଲ ମିଡିଆରେ ବ୍ରହ୍ମ ପ୍ରସଙ୍ଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ସୋସିଆଲ୍ ମିଡ଼ିଆରେ ଛଡ଼ା ଯାଇଥିବା ବ୍ରହ୍ମ ତଥା ନବକଳେବର ଗୁପ୍ତ ନୀତିର ବିଭ୍ରାନ୍ତିକର ଫଟୋ ବାବଦରେ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି, ଏ ବାବଦରେ ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି। ଚିଠିକୁ ଏଫ୍ଆଇଆର୍ ଭାବେ ଗ୍ରହଣ କରି ତଦନ୍ତ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି ବ୍ରହ୍ମ, ଚତୁର୍ଦ୍ଧାମୂର୍ତ୍ତିଙ୍କ […]

Capture

Rakesh Mallick
  • Published: Monday, 29 June 2015
  • , Updated: 29 June 2015, 05:37 PM IST

ଭୁବନେଶ୍ୱର : ସୋସିଆଲ୍ ମିଡ଼ିଆରେ ଛଡ଼ା ଯାଇଥିବା ବ୍ରହ୍ମ ତଥା ନବକଳେବର ଗୁପ୍ତ ନୀତିର ବିଭ୍ରାନ୍ତିକର ଫଟୋ ବାବଦରେ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି, ଏ ବାବଦରେ ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି। ଚିଠିକୁ ଏଫ୍ଆଇଆର୍ ଭାବେ ଗ୍ରହଣ କରି ତଦନ୍ତ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି ବ୍ରହ୍ମ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପାତାଳି ହେବାର ଦୃଶ୍ୟ ଓ ବିଗ୍ରହ ନିର୍ମାଣର ଫଟୋ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଥିଲା। ତେବେ ଅନୁସନ୍ଧାନ ପରେ ଏହାର କୌଣସି ସତ୍ୟତା ନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story