ବେଙ୍ଗଳୁରୁ:ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ବେଙ୍ଗଳୁରୁରୁ ପୁଣି ଜଣେ ଓଡ଼ିଆ ଯୁବକ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ କୌଶିକ କୁଅଁର। ସିବିଆଇ ତାଙ୍କ ନିକଟରୁ ପ୍ରାୟ ୪୦୦ ଅଶ୍ଳୀଳ ଭିଡିଓ, ଗୁପ୍ତ କ୍ୟାମେରା ଏବଂ କମ୍ପ୍ୟୁଟର ଜବତ କରିଛି। ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କୌଶିକର ଏହି କଳା କାରନାମା ନେଇ ପ୍ରଜ୍ୱାଳା ନାମକ ଏକ ସ୍ୱେଛାସେବୀ ସଙ୍ଗଠନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ମାମଲାର ଶୁଣାଣୀ କରି ସିବିଆଇ ତଦନ୍ତ ନିଦ୍ଦେର୍ଶ ଦେଇଥିଲେ। ସିବିଆଇ ଗତ କିଛି ଦିନ ଧରି ଘଟଣାର ଖୋଳତାଡ଼ କରିବା ସହ କୌଶିକକୁ ଖୋଜାଖୋଜି କରୁଥିଲା। ଗତକାଲି ବିଳମ୍ୱିତ ରାତିରେ ବାଙ୍ଗ।ଲୋରର ଏକ ଭଡ଼ା ଘରୁ ତାକୁ ଗିରଫ କରାଯାଇଛି। କୌଶିକ ଗତ ଦୁଇ ବର୍ଷ ହେଲା ବେଙ୍ଗ।ଳୁରୁରେ ରହି ଡ୍ରାଇଭର ଭାବେ କାମ କରୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।