ପ୍ରକାଶ ମିଶ୍ର ଲଦାଖ ଉପ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଚାକିରି ସମୟରେ ଯେତିକି ଚର୍ଚ୍ଚିତ ଥିଲେ ପରେ ରାଜନୀତିକୁ ଆସିବା ନେଇ ସେତିକି ଚର୍ଚ୍ଚିତ ଥିଲେ। ଏବେ ଏଥିରେ ନୂଆ ଚର୍ଚ୍ଚା ଯୋଡ଼ି ହୋଇଛି ଯେ, ସେ ନବଗଠିତ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଆଜ୍ଞା ହଁ ସତରେ ଏପରି ହୋଇନଥିଲେ ମଧ୍ୟ ସୋଶାଲ ମିଡିଆରେ ପ୍ରକାଶ ମିଶ୍ରଙ୍କ ନାମରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଖୋଦ୍‌ ପ୍ରକାଶ […]

prakash-mishra

prakash-mishra

Subrat Kumar Nayak
  • Published: Thursday, 03 October 2019
  • Updated: 03 October 2019, 10:33 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଚାକିରି ସମୟରେ ଯେତିକି ଚର୍ଚ୍ଚିତ ଥିଲେ ପରେ ରାଜନୀତିକୁ ଆସିବା ନେଇ ସେତିକି ଚର୍ଚ୍ଚିତ ଥିଲେ। ଏବେ ଏଥିରେ ନୂଆ ଚର୍ଚ୍ଚା ଯୋଡ଼ି ହୋଇଛି ଯେ, ସେ ନବଗଠିତ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଆଜ୍ଞା ହଁ ସତରେ ଏପରି ହୋଇନଥିଲେ ମଧ୍ୟ ସୋଶାଲ ମିଡିଆରେ ପ୍ରକାଶ ମିଶ୍ରଙ୍କ ନାମରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଖୋଦ୍‌ ପ୍ରକାଶ ମିଶ୍ର ମଧ୍ୟ ଏଭଳି ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି।

ଜଣେ ସାମ୍ବାଦିକ ଶ୍ରୀରାମ ଦାଶ ସୋଶାଲ ମିଡିଆରେ ଏନେଇ ପ୍ରଥମେ ପୋଷ୍ଟ କରିଥିଲେ। ସେ କିନ୍ତୁ ଲେଖିନଥିଲେ ଯେ ଏପରି ନିଯୁକ୍ତି ହୋଇଛି ବୋଲି। ସେ କେବଳ ଲେଖିଥିଲେ, “ଜଣେ ଓଡ଼ିଆ ପ୍ରକାଶ ମିଶ୍ର ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହୋଇପାରନ୍ତି।”

କିନ୍ତୁ ଏହାକୁ ଭିନ୍ନ ଅର୍ଥରେ ନେଇ କିଛି ଲୋକ ଲେଖିବା ଆରମ୍ଭ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କୁଆଡ଼େ ପ୍ରକାଶ ମିଶ୍ରଙ୍କୁ ଏହି ସୁଯୋଗ ଦେଇଛନ୍ତି। ତେବେ ପ୍ରକାଶ ମିଶ୍ରଙ୍କ ନିକଟରେ ଏନେଇ କିଛି ସୂଚନା ନଥିବା ଜଣାପଡ଼ିଛି। ସେ ଏ ବିଷୟରେ କହିଛନ୍ତି, ମୋ ପାଖରେ ସେମିତି କିଛି ସୂଚନା ନାହିଁ। ଏ ବିଷୟରେ କିଛି କହିବାର ନାହିଁ।

ତେବେ ଭବିଷ୍ୟତରେ ତାଙ୍କୁ ଏଭଳି ବଡ଼ ଦାୟିତ୍ୱ ମିଳିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସେ ତାଙ୍କର ଚାକିରି କାଳରେ ଓଡ଼ିଶାର ପୁଲିସ୍‌ ଡିଜି ଏବଂ ସିଆରପିଏଫ୍‌ ଡିଜି ଦାୟିତ୍ୱ ସଫଳତାର ସହ ତୁଲାଇବା ସହ ସିବିଆଇ ନିର୍ଦ୍ଦେଶକ ପାଇଁ ଦାବିଦାର ହୋଇଥିଲେ। କିନ୍ତୁ ଏହି ସମୟରେ ଓଡ଼ିଶା ସରକାର ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି ଅଡ଼ୁଆରେ ପକାଇଥିଲା। ପରେ ହାଇକୋର୍ଟରେ ଏହା ଖାରଜ ହେବା ସହ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ କୋର୍ଟର କଡ଼ା ଟିପ୍ପଣୀ ପ୍ରକାଶଙ୍କ ସଚ୍ଚୋଟତାକୁ ବହୁଗୁଣିତ କରିଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଛନ୍ତି ଭାରତ ସରକାର। ତେବେ ଏହା ଅକ୍ଟୋବର ୩୧ ତାରିଖରେ ଲାଗୁ ହେବ। ଅର୍ଥାତ ଏହି ଦିନ ନୂଆ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ପାଇବ ଲଦାଖ। ଏହାକୁ ଯଥେଷ୍ଟ ସମୟ ଥିବାରୁ ସରକାର ଏବେ କିଛି ଘୋଷଣା ନ କରିବା ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story