ଆଜି ଦେଖିବାକୁ ମିଳିବ ଛାଇ, ଆଲୁଅର ଖେଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟୋପରାଗ। ଏଥର ସବୁଠାରୁ ଅଧିକ ସମୟ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ । ସକାଳ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ।  ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ। ଆଖି […]

bbsr-1-1

bbsr-1-1

Niharika Rout
  • Published: Thursday, 26 December 2019
  • Updated: 26 December 2019, 08:24 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟୋପରାଗ। ଏଥର ସବୁଠାରୁ ଅଧିକ ସମୟ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ । ସକାଳ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ ।

ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ।  ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକକେରଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ। ଆଖି ଉପରେ କୁପ୍ରଭାବ ପଡ଼ିବା କାରଣରୁ ପରାଗ ବେଳେ ସିଧା ସୂର୍ଯ୍ୟଙ୍କୁ ନଦେଖିବାକୁ ବାରଣ କରାଯାଇଛି ।

ତେବେ କିପରି ପରୋକ୍ଷରେ ଏହାକୁ ସହଜରେ ଉପଭୋଗ କରିହେବ ସେଥିପାଇଁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ଓ ସମ୍ବଲପୁର ବୁର୍ଲାସ୍ଥିତ ଅବ୍‌ଦୁଲ କଲାମ ପ୍ଲାନେଟାରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ଅନ୍ୟପଟେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos