ପୁଣି ହେବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ ୮ ଓ ୯ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେ କହିଛନ୍ତି, ୮ ଓ ୯ ତାରିଖରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ାରେ ବର୍ଷା ହେବ। […]

winter

winter

Jyoshna Pradhan
  • Published: Monday, 06 January 2020
  • Updated: 07 January 2020, 11:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ ୮ ଓ ୯ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି, ୮ ଓ ୯ ତାରିଖରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ାରେ ବର୍ଷା ହେବ। ସେହିପରି ୯ ତାରିଖରେ ମଧ୍ୟ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଶ୍ରୀ ବେହେରା କହିଛନ୍ତି, ବର୍ଷା ଛାଡ଼ିଯିବା ପରେ ୧୦ ତାରିଖଠାରୁ ପୁଣି ପାରଦ ଖସିବ ଓ ଶୀତ ଅନୁଭୂତ ହେବ। ଗତକାଲି ଅପେକ୍ଷା ଆଜି ରାଜ୍ୟର ସମସ୍ତ ସ୍ଥାନରେ ତାପମାତ୍ରା ସାମାନ୍ୟ କମିଛି। ସୋନପୁରରେ ସବୁଠାରୁ କମ୍  ତାପମାତ୍ରା ରହିଥିବା ରେକର୍ଡ କରାଯାଇଛି।  ସେଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୯ ଓ ଭବାନୀପାଟଣାରେ ୧୦.୪ ଡିଗ୍ରୀ ରହିଛି। ଆଜି ଅନୁଗୋଳ, ସୋନପୁର, ଚାନ୍ଦବାଲି, ଟିଟିଲାଗଡ଼, ଭବାନୀପାଟଣା ଓ କୋରାପୁଟରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos