‘ଓଟିଭି’ ମିନି ମାରାଥନ୍‌ ପରେ ଆୟୋଜିତ କାର୍ଯ୍ୟକ୍ରମର କିଛି ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ‘ଓଟିଭି’ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଥିଲା ଏହାର ଲକ୍ଷ୍ୟ। ‘ଓଟିଭି’ ୨୦୦୯ ମସିହାରୁ ଏହି ମିନି ମାରାଥନ୍‌ର ଆୟୋଜନ କରି ଆସୁଛି। ସବୁ ବର୍ଷ ଭଳି ଆଜି ବି ଏହି ମିନି ମାରାଥନ୍‌ରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।  ଭୁବନେଶ୍ୱର ସ୍ଥିତ  ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ରୁ ଏହି ମିନି ମାରାଥନ୍‌ ଆରମ୍ଭ ହୋଇ […]

1otv

Jitendra Garnayak
  • Published: Saturday, 01 December 2018
  • , Updated: 01 December 2018, 01:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ‘ଓଟିଭି’ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଥିଲା ଏହାର ଲକ୍ଷ୍ୟ। ‘ଓଟିଭି’ ୨୦୦୯ ମସିହାରୁ ଏହି ମିନି ମାରାଥନ୍‌ର ଆୟୋଜନ କରି ଆସୁଛି। ସବୁ ବର୍ଷ ଭଳି ଆଜି ବି ଏହି ମିନି ମାରାଥନ୍‌ରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।  ଭୁବନେଶ୍ୱର ସ୍ଥିତ  ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ରୁ ଏହି ମିନି ମାରାଥନ୍‌ ଆରମ୍ଭ ହୋଇ ସେଠାରେ ଶେଷ ହୋଇଥିଲା।

ମିନି ମାରାଥନ୍ ପରେ ସେଠାରେ ଏକ ମ୍ୟୁଜିକାଲ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ତା’ପୂର୍ବରୁ ଉପସ୍ଥିତ ଅତିଥିମାନେ ସଚେତନତା ବାର୍ତ୍ତା ଦେଇଥିଲେ। ଓଟିଭିର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି ବି, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସହିତ ସିନେ ସେଲିବ୍ରିଟି ଏଲିନା, ଅନୁ ଚୌଧରୀ, ବିଦୁସ୍ମିତା, ତମନ୍ନା, ଶିବାନୀ ଓ ବିଷ୍ଣୁ ମୋହନ କବି ପ୍ରମୁଖ ଯୋଗ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ। ଏଠାରେ ଦେଖନ୍ତୁ ଏହି କାର୍ଯ୍ୟକ୍ରମର କିଛି ଫଟୋ।

Related story