ଅନୁଗୋଳରେ ବାପାଙ୍କୁ ହରାଇଲା ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଗୋଳ ପୌର ପରିଷଦର ୫ ନମ୍ବର ୱାର୍ଡରେ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ଭାବେ ବାପ-ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ସମଗ୍ର ଜିଲ୍ଲାରେ ରୋଚକ ସ୍ଥିତି ଉପୁଜିଥିଲା । ପୁଅ ତଥା ବିଜେଡି କାଉନସିଲର ପ୍ରାର୍ଥୀ ରଣଜିତ୍ ମଣ୍ଡୋଠିଆ ନିଜର ପିତା ତଥା ବିଜେପି ପ୍ରାର୍ଥୀ ଭୀମସେନଙ୍କୁ ଶୋଚନୀୟ ପରାସ୍ତ କରିଛନ୍ତି । ତେବେ ବିଜେଡି ଟିକେଟରେ ପୁଅ ବିଜୟୀ ହୋଇଥିଲେ ମଧ୍ୟ ଅନୁଗୋ ପୌର ପରିଷଦରେ ବିଜେପିର ସର୍ବାଧିକ କାଉନସିଲର ବିଜୟୀ ହୋଇଛନ୍ତି […]

anugul

Ordigital Desk
  • Published: Saturday, 26 March 2022
  • , Updated: 27 March 2022, 03:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଗୋଳ ପୌର ପରିଷଦର ୫ ନମ୍ବର ୱାର୍ଡରେ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ଭାବେ ବାପ-ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ସମଗ୍ର ଜିଲ୍ଲାରେ ରୋଚକ ସ୍ଥିତି ଉପୁଜିଥିଲା । ପୁଅ ତଥା ବିଜେଡି କାଉନସିଲର ପ୍ରାର୍ଥୀ ରଣଜିତ୍ ମଣ୍ଡୋଠିଆ ନିଜର ପିତା ତଥା ବିଜେପି ପ୍ରାର୍ଥୀ ଭୀମସେନଙ୍କୁ ଶୋଚନୀୟ ପରାସ୍ତ କରିଛନ୍ତି । ତେବେ ବିଜେଡି ଟିକେଟରେ ପୁଅ ବିଜୟୀ ହୋଇଥିଲେ ମଧ୍ୟ ଅନୁଗୋ ପୌର ପରିଷଦରେ ବିଜେପିର ସର୍ବାଧିକ କାଉନସିଲର ବିଜୟୀ ହୋଇଛନ୍ତି । ଅବଶ୍ୟ ଅନୁଗୋଳ ପୌର ପରିଷଦର ଅଧ୍ୟକ୍ଷ ପଦବୀ ବିଜେଡି ଖାତାକୁ ଯାଇଛି।

ସୂଚନା ଅନୁସାରେ ଅନୁଗୋଳ ପୌର ପରିଷଦର ୫ନମ୍ବର ୱାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ରଣଜିତଙ୍କୁ ୬୧୨ଟି ଭୋଟ୍ ମିଳିଥିବାବେଳେ ତାଙ୍କ ପିତା ବିଜେପି ପ୍ରାର୍ଥୀ ଭୀମସେନଙ୍କୁ ୧୨୦ଟି ଭୋଟ୍ ମିଳିଥିଲା। ନିଜ ବାପାଙ୍କୁ ୪୯୨ଖଣ୍ଡ ଭୋଟରେ ରଣଜିତ୍ ପରାସ୍ତ କରିଛନ୍ତି।

ସେହିପରି ଅନୁଗୋଳ ପୌର ପରିଷଦର ମୋଟ ୨୩ଟି ୱାର୍ଡ ମଧ୍ୟରୁ ୧୦ଟିରେ ବିଜେଡି ଓ ୧୩ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Related story