ଜ୍ୱାଇଁ ମାରିଦେଲା ଶ୍ୱଶୁରକୁ, ଶାଶୁ ଓ ଶାଳି ଗୁରୁତର

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ୱଶୁର, ଶାଶୁ, ଶାଳିକୁ ଛୁରୀରେ କାଟି ପକାଇଛି ଜ୍ୱାଇଁ। ଆଜି କମର୍ଦା ଥାନା କୁସୁରା ଗାଁରେ ଘଟିଛି ଏହି ଘଟଣା। ଜ୍ୱାଇଁର ଉନ୍ମତ୍ତ କାଣ୍ଡରେ ଶ୍ୱଶୁରର ମୃତ୍ୟୁ ହୋଇଥିବା ବେଳେ ଛୁରୀ ମାଡ଼ରେ ଶାଳି ଓ ଶାଶୁ ଗୁରୁତର ହୋଇଛନ୍ତି। ମୃତକ ହେଲେ କୁସୁରାର ସୁଶାନ୍ତ ମହୁରୀ। ଗୁରୁତର ଅବସ୍ଥାରେ ଶାଶୁ ଓ ଶାଳି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏନେଇ ଗୁରୁତର […]

gurutara

  • Published: Tuesday, 16 August 2022
  • , Updated: 16 August 2022, 06:08 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ୱଶୁର, ଶାଶୁ, ଶାଳିକୁ ଛୁରୀରେ କାଟି ପକାଇଛି ଜ୍ୱାଇଁ। ଆଜି କମର୍ଦା ଥାନା କୁସୁରା ଗାଁରେ ଘଟିଛି ଏହି ଘଟଣା। ଜ୍ୱାଇଁର ଉନ୍ମତ୍ତ କାଣ୍ଡରେ ଶ୍ୱଶୁରର ମୃତ୍ୟୁ ହୋଇଥିବା ବେଳେ ଛୁରୀ ମାଡ଼ରେ ଶାଳି ଓ ଶାଶୁ ଗୁରୁତର ହୋଇଛନ୍ତି। ମୃତକ ହେଲେ କୁସୁରାର ସୁଶାନ୍ତ ମହୁରୀ। ଗୁରୁତର ଅବସ୍ଥାରେ ଶାଶୁ ଓ ଶାଳି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଏନେଇ ଗୁରୁତର ହୋଇଥିବା ଶାଶୁ ଗୌରୀବାଳା ମହୁରୀ କହିଛନ୍ତି, ପାରିବାରିକ କଳହ ଲାଗି ରହୁଥିଲା। ତେଣୁ ଝିଅ ଶାଶୁଘର ଛାଡ଼ି ବାପ ଘରେ ରହୁଥିଲେ। ଅଚାନକ ଆଜି ଜ୍ୱାଇଁ ପତ୍ନୀଙ୍କୁ ଦେଖା କରିବାକୁ ତାଙ୍କ ଘରେ ପହଞ୍ଚି ଥିଲେ। ଘରର ସମସ୍ତ ଲୋକଙ୍କୁ ଗାଳି କରିଥିଲେ। ଏହା ସହି ନ ପାରି ନିଜ ଘରକୁ ଫେରି ଯିବାକୁ ଜ୍ୱାଇଁକୁ କହିଥିଲେ ଶ୍ୱଶୁର। ଏହି ପଦକ କଥାରେ ଜ୍ୱାଇଁ ମୁଣ୍ଡକୁ ଚଢ଼ିଗଲା ପାରଦ। ପ୍ରଥମେ ଶ୍ୱଶୁର ବେକ ଧରି ଛୁରୀରେ କାଟିଲେ। ତାଙ୍କୁ ରକ୍ଷା କରିବାକୁ ଆସିବାରୁ ଜ୍ୱାଇଁ ସମସ୍ତଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରି ରକ୍ତ ଜୁଡ଼ୁବୁଡ଼ୁ କରିଦେଇଛନ୍ତି।

ସେପଟେ ପରିବାରିକ କଳକୁ ନେଇ ଜ୍ୱାଇଁର ଏଭଳି ନାରକୀୟ କାଣ୍ଡ ଅଲୋଚନାର ବିଷୟ ହୋଇଛି। ଏତଲା କ୍ରମେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Related story