ବାପାକୁ ଟାଙ୍ଗିଆରେ ହାଣିଲା ପୁଅ

ମୋହନା(ମିହିରି ଯତି): ପାରିବାରିକ କହଳରୁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପେଜପାଣି ଗାଁରେ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ପେଜପାଣି ଗାଁର ଦୁର୍ମନ ଶବର। ଘଟଣା ପରେ ଅଭିଯୁକ୍ତ ପୁଅ କେପାସ ଶବର ଥାନାରେ  ଆତ୍ମସର୍ମପଣ  କରିଛି।

ମିଳିଥିବା ସୂଚନା ଅନୁସାରେ, ଦୁର୍ମନ ଦ୍ଵିତୀୟ ବିବାହ କରିଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଗତକାଲି ସକାଳେ ଦୁର୍ମନ ପ୍ରଥମ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ମାରପିଟ୍‌ କରିଥିଲେ। ପରେ ସେ କାମକୁ ପଳାଇ ଯାଇଥିଲେ। ପୁଅ କେପାସ ସନ୍ଧ୍ୟାବେଳେ ଘରକୁ ଫେରି ମା’ଙ୍କ ପାଖରୁ ସବୁ କଥା ଜାଣିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। 

 ବାପାକୁ ହାଣିବା ପାଇଁ ରାସ୍ତାରେ ଟାଙ୍ଗିଆ ଧରି ବସି ରହିଥିଲେ କେପାସ । ଦୁର୍ମନ କାମ ସାରି ଘରକୁ ଫେରିବା ବେଳେ ବାଟରେ  ସେ ତାଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଦୁର୍ମନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଏହାସହ ଟାଙ୍ଗିଆକୁ ଜବତ କରିଛି।

ଆହୁରି ପଢ଼ନ୍ତୁ

ତେଲ ଲଗାଇ ଲୁଟ୍ କରୁଥିଲେ, ଧରିଲା ପୁଲିସ୍‌

ଭୁଶୁଡ଼ି ପଡ଼ିଲା କେନାଲ ବନ୍ଧ: ଚାଷ ଜମିରେ ୩ରୁ ୪ ଫୁଟ ପାଣି

ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ

‘ମୋ ଭାଇ ଆଖିରେ ମୁଁ ଦୁନିଆ ଦେଖେ’

ଚୋରି କରିବାକୁ ଆସିଥିଲେ, ନାଳରେ ଫସି ଗଲା ଗାଡ଼ି

ଆକ୍ରାନ୍ତ ଚିହ୍ନଟ; ବନ୍ଦ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କଟକ ସହରରେ ବିଗୁଡ଼ିଛି ସ୍ଥିତି; ସାହିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ଗହ୍ମା ପୂର୍ଣ୍ଣମୀ; ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ

ଋଣ ଶୁଝିବା ପାଇଁ ପଡ଼ିଲା ଚାପ, ଆତ୍ମହତ୍ୟା କଲେ ଚାଷୀ

ଭୁବନେଶ୍ୱରରେ ଖୋଲିଲା ମଲ୍‌

କରୋନା କରାଇ ଦେଲାନି କାମଧନ୍ଦା, ଋଣ ଶୁଝିବା ଚିନ୍ତାରେ ଜୀବନ ହାରିଲେ

କରୋନା ଆକ୍ରାନ୍ତ ଭିଡିଓ ଜର୍ଣ୍ଣାଲିଷ୍ଟ ବଖାଣିଲେ ନିଜ ଦୁଃଖ କାହାଣୀ, ଦେଲେ ଆତ୍ମହତ୍ୟା ଧମକ