ବୋହୂ ପିଇଲା ଫିନାଇଲ, ତାଗିଦ୍ କରିବାରୁ ବାପା ଜୀବନ ନେଲା ପୁଅ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ପୁଅ-ବୋହୂଙ୍କ ଝଗଡ଼ା ଭିତରେ ଯାଇଛି ବାପାର ଜୀବନ। ଜୀବନ ନେଇଛି ଖୋଦ୍ ପୁଅ। ତେଣେ ବୋହୂ ଫିନାଇଲ ପିଇବା ପରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଜଣକ ଏହି ଗ୍ରାମର କାର୍ତ୍ତିକ ଗିରି। ତାଙ୍କ ପୁଅ ଦିଲୀପ ଗିରି ଏହି ଅଘଟଣ ଘଟାଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ପୁଅ ଦିଲୀପ ଓ ତାଙ୍କ ସ୍ତ୍ରୀ […]

wife-1

wife-1

Niranjan Mishra
  • Published: Friday, 05 August 2022
  • Updated: 05 August 2022, 08:52 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ପୁଅ-ବୋହୂଙ୍କ ଝଗଡ଼ା ଭିତରେ ଯାଇଛି ବାପାର ଜୀବନ। ଜୀବନ ନେଇଛି ଖୋଦ୍ ପୁଅ। ତେଣେ ବୋହୂ ଫିନାଇଲ ପିଇବା ପରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଜଣକ ଏହି ଗ୍ରାମର କାର୍ତ୍ତିକ ଗିରି। ତାଙ୍କ ପୁଅ ଦିଲୀପ ଗିରି ଏହି ଅଘଟଣ ଘଟାଇଛନ୍ତି।

ସୂଚନା ମୁତାବକ, ଆଜି ସକାଳେ ପୁଅ ଦିଲୀପ ଓ ତାଙ୍କ ସ୍ତ୍ରୀ ନିଲମ ଗିରିଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ନିଲମ ଫିନାଇଲ ପିଇ ଦେଇଥିଲେ। ସେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ଏନେଇ ଦିଲୀପଙ୍କୁ ତାଙ୍କ ବାପା କାର୍ତ୍ତିକ ତାଗିଦ୍ କରିଥିଲେ।

ଏଥିରେ ଦିଲୀପ ରାଗିଯାଇ ଏକ ଠେଙ୍ଗାରେ ବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। କାର୍ତ୍ତିକ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଲଖନପୁର ଚିକିତ୍ସାଳୟକୁ ଆଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଙ୍ଗାଲି ପୁଲିସ ଅଭିଯୁକ୍ତ ଦିଲୀପକୁ ଅଟକ ରଖି ତଦନ୍ତ କରୁଛି।

ଅନ୍ୟପଟେ ଫିନାଇଲ ପିଇ ଗୁରୁତର ହୋଇଥିବା ଦିଲୀପଙ୍କ ପତ୍ନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos