ଅନୁଗୁଳ(ବିରଜା ଦାସ): କରୋନା ଆକ୍ରାନ୍ତ ବାପା ସୁସ୍ଥ ହେବା ପାଇଁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ବହୁ ଖୋଜାଖୋଜି ପରେ ବାପାର ପତ୍ତା ପାଉ ନ ଥିବା ପୁଅ ଏବେ ଥାନାର ଦ୍ୱାରସ୍ତ ହୋଇଛି। ଏପରି ଅଭାବନୀୟ ଘଟଣା ଆଜି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ଜରପଡ଼ା ଥାନା ପରା ଗାଁର ଗୋବିନ୍ଦ ପ୍ରଧାନ କରୋନାରେ ଆକ୍ରାନ୍ତ ହେବା ନେଇ ଜଣାପଡ଼ିବା ପରେ ସହର ଉପକଣ୍ଠରେ ଥିବା କୋଭିଡ୍ କେୟାର ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅନ୍ୟ କେଉଁଠାକୁ ପଠାଯାଇଥିବା ନେଇ ଗୋବିନ୍ଦ ପୁଅକୁ ଫୋନ କରି କହିଥିଲେ ।
ଏହାପରେ ପୁଅ ଯୁଗଳ ପ୍ରଧାନ ଆସି ପ୍ରଥମେ କୋଭିଡ କେୟାର ସେଣ୍ଟର ଓ ଅନୁଗୁଳ ଜିଲ୍ଲା ହସ୍ପିଟାଲରେ ଖୋଜିଥିଲେ । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଟେକ୍ନିସିଆନ ଗୋବିନ୍ଦକୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲ ପଠାଯାଇଥିଲା ବୋଲି କହିଥିଲେ । ତେବେ ତାଳଚେର କୋଭିଡ୍ ହସ୍ପିଟାଲରେ ବାପାଙ୍କୁ ନ ପାଇବାରୁ ଯୁଗଳ ଏବେ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।