‘ଆମ ପୁଅକୁ କଡ଼ା ଶାସ୍ତି ଦିଅ, ସେ ଆମ ପାଇଁ ଅଭିଶାପ’

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ‘ଭଗବାନ ଏମିତି ପୁଅ କାହାକୁ ନ ଦିଅନ୍ତୁ। ବୁଢ଼ା ବୟସରେ ଆମ ସାହା ହେବା ବଦଳରେ ଆମକୁ ବେସାହାରା କରୁଛି। ଆମ ଘର ଜାଳି, ପୋଡ଼ି ଦେଇଛି । କଥା କଥାରେ ଆମକୁ ମାରପିଟି କରୁଛି। ଆମ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ, ପିନ୍ଧିବାକୁ କପଡ଼ା ନାହିଁ। ଏପରି ପୁଅକୁ କଡ଼ା ଶାସ୍ତ ଦିଅ । ସେ ଆମ ପାଇଁ ଅଭିଶାପ ପାଲଟି ଯାଇଛି । ’ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା […]

bls

bls

Niharika Rout
  • Published: Tuesday, 20 September 2022
  • Updated: 20 September 2022, 12:04 PM IST

Sports

Latest News

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ‘ଭଗବାନ ଏମିତି ପୁଅ କାହାକୁ ନ ଦିଅନ୍ତୁ। ବୁଢ଼ା ବୟସରେ ଆମ ସାହା ହେବା ବଦଳରେ ଆମକୁ ବେସାହାରା କରୁଛି। ଆମ ଘର ଜାଳି, ପୋଡ଼ି ଦେଇଛି । କଥା କଥାରେ ଆମକୁ ମାରପିଟି କରୁଛି। ଆମ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ, ପିନ୍ଧିବାକୁ କପଡ଼ା ନାହିଁ। ଏପରି ପୁଅକୁ କଡ଼ା ଶାସ୍ତ ଦିଅ । ସେ ଆମ ପାଇଁ ଅଭିଶାପ ପାଲଟି ଯାଇଛି । ’ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପରିସରରେ ବସିଥିବା ଏକ ବୃଦ୍ଧ ଦମ୍ପତି ଆଖିରୁ ଲୁହ ଗଡ଼ାଇ ଏପରି ଭାବେ ନିଜ କୋହ ବଖାଣୁଥିଲେ।

ସୂଚନା ଅନୁଯାୟୀ ମଙ୍ଗରାଜପୁର ଗାଁର  ସୁଧୀର ନାୟକ ଓ ମା’ ସ୍ନେହଲତାଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଶ୍ରୀମନ୍ତ । ବିବାହ କରିବା ପରେ ନିକଟସ୍ଥ କାନ୍ଥିଭଉଁରୀ ଗାଁର ଶ୍ୱଶୁର ଘରେ ପ୍ରାୟ ୧୫ ବର୍ଷ ହେଲା ରହି ଆସୁଛନ୍ତି । ଫଳରେ ସୁଧୀର  ଓ ତାଙ୍କ ପତ୍ନୀ ସ୍ନେହଲତା ଗାଁରେ ଏକା ରହୁଥିବା ବେଳେ ପରିଣତ ବୟସରେ ଖଟିକୁ ଖାଉଛନ୍ତି। ଏପରି ସ୍ଥିତିରେ  ସ୍ନେହଲତା ଏବେ କ୍ୟାନସରରେ ପୀଡ଼ିତ । ହେଲେ  ଶ୍ରୀମନ୍ତ ବାପାମା’ଙ୍କ କଥା ବୁଝିବା ବଦଳରେ ବିଭିନ୍ନ ସମୟରେ ସେ ଘରକୁ ଆସି ବାପାମା’ଙ୍କୁ ମାରଧର କରି ଟଙ୍କା ନେଇଯାଇଥାନ୍ତି।

ଗତକାଲି ଦିନ ସମୟରେ  ସ୍ନେହଲତା ରୋଷେଇ କରୁଥିବା ବେଳେ  ଅଚାନକ ଘରେ ଶ୍ରୀମନ୍ତ ପହଞ୍ଚି ଥିଲେ । ମା’ଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମଧ୍ୟ  ମାରିଥିଲେ । ଶ୍ରୀମନ୍ତଙ୍କ ବାପା ଏହାର  ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେ ଛାଡ଼ି ନଥିଲେ । ଏହାପରେ  ରାଗରେ ପେଟ୍ରୋଲ ଢାଳି  ନିଜ ଚାଳଘରକୁ ନିଆଁ ଲଗାଇ ଦେଇଥିଲେ । ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ବେଳକୁ ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା।

[caption id="attachment_767690" align="aligncenter" width="650"]alligation ଅଭିଯୁକ୍ତ ଶ୍ରୀମନ୍ତ ନିଜ ଘରକୁ ପୋଡ଼ି ପାଉଁଶ କରିଦେଇଛି।[/caption]

ଏନେଇ ସୁଧୀର କହିଛନ୍ତି, ‘ମୋ ପତ୍ନୀ ଜଣେ କ୍ୟାନସର ରୋଗୀ। ତା’ର ଚିକିତ୍ସା ପାଇଁ ଧାର କରଜ କରି ୩୫ ହଜାର ଟଙ୍କା ଆଣି ଘରେ ରଖିଥିଲି। ହେଲେ ଘରେ ପୁଅ ନିଆଁ ଳଗାଇ ଦେବାରୁ ସବୁ ସମ୍ପତ୍ତି ସହ ସେ ଟଙ୍କା ବି ଜଳି ପୋଡ଼ି ଯାଇଛି। ଏବେ ଆମେ କେଉଁଠି ମୁଣ୍ଡ ଗୁଞ୍ଜିବୁ, କିପରି ପତ୍ନୀର ଚିକିତ୍ସା କରିବି ସେ ଚିନ୍ତା ମୋତେ ଘାରୁଛି। ’

ସୂଚନା ଥାଉ କି, ଶ୍ରୀମନ୍ତ ଦୀର୍ଘ ବର୍ଷ ହେଲା ବାପାମା’ଙ୍କୁ ଏହିଭଳି ନିର୍ଯାତନା ଦେଇ ଆସୁଛନ୍ତି । ପୁଅର ଏଭଳି ଅମାନବୀୟ କାଣ୍ଡରେ ଅତିଷ୍ଠ ହୋଇ ତାକୁ କଠୋର ଦଣ୍ଡ ପାଇଁ ବାପାମା’ ଆକୁଳ ନିବେଦନ କରିଛନ୍ତି ।

ଖବର ପାଇ ଭୋଗରାଇ ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ଓ ଚନ୍ଦନେଶ୍ଵର ଫାଣ୍ଡି ଅଧିକାରୀ ବିଶ୍ଵନାଥ କର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ  ପୁଅକୁ ଗିରଫ କରିଛନ୍ତି । ଶ୍ରୀମନ୍ତ ଜଣେ ଅପରାଧ ଶ୍ରେଣୀର ଲୋକ ହୋଇଥିବାରୁ ନିଜ ଘରେ ନିଆଁ ଲଗାଇ ଦେଇଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos