ସୋନପୁର: ଚୋରାଚାଲାଣ ବେଳେ ପିଡିଏସ କିରୋସିନି ଜବତ

ସୋନପୁର: ଚାଉଳ ପରେ କିରୋସିନି ଚୋରା ଚାଲାଣକୁ ନେଇ ସୋନପୁରରେ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋନପୁର ଯୋଗାଣ ବିଭାଗ ଚୋରା ଚାଲାଣ ହେଉଥିବା ଏକ କିରୋସିନି ଗାଡିକୁ ଜବତ କରିଛି। ସୋନପୁର ସହରର ଜଣେ କିରୋସିନି ଡିଲର ଏକ ଟ୍ୟାଙ୍କରରେ କିରୋସିନି ନେଇ ଯାଉଥିବାବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗାଡିକୁ ଯୋଗାଣ ବିଭାଗ ଅଧିକାରୀମାନେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିର ଫୁଏଲ ଟ୍ୟାଙ୍କରରେ ଡିଜେଲ ବଦଳରେ କିରୋସିନି ଭର୍ତ୍ତି ହୋଇଥିବା ଜଣାପଡିଥିଲା। ଗାଡିକୁ […]

kirosin

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 11:30 AM IST

ସୋନପୁର: ଚାଉଳ ପରେ କିରୋସିନି ଚୋରା ଚାଲାଣକୁ ନେଇ ସୋନପୁରରେ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋନପୁର ଯୋଗାଣ ବିଭାଗ ଚୋରା ଚାଲାଣ ହେଉଥିବା ଏକ କିରୋସିନି ଗାଡିକୁ ଜବତ କରିଛି। ସୋନପୁର ସହରର ଜଣେ କିରୋସିନି ଡିଲର ଏକ ଟ୍ୟାଙ୍କରରେ କିରୋସିନି ନେଇ ଯାଉଥିବାବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗାଡିକୁ ଯୋଗାଣ ବିଭାଗ ଅଧିକାରୀମାନେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିର ଫୁଏଲ ଟ୍ୟାଙ୍କରରେ ଡିଜେଲ ବଦଳରେ କିରୋସିନି ଭର୍ତ୍ତି ହୋଇଥିବା ଜଣାପଡିଥିଲା। ଗାଡିକୁ ଜବତ କରି ଫୁଏଲ ଟ୍ୟାଙ୍କରୁ କଢାଯିବାରୁ ସେଥିରୁ ୩୦ ଲିଟର ପିଡିଏସ କିରୋସିନି ବାହାରିଥିଲା। ଗାଡିଟି ସୋନପୁର ସହରର ଚମରୁଲାଲ ଅଗ୍ରୱାଲାଙ୍କର ବୋଲି ଜଣାପଡିଛି। ଏ ନେଇ ଯୋଗାଣ ବିଭାଗ ପକ୍ଷରୁ କିରୋସିନି ଓ ଗାଡିକୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

Related story