ମିଠା ଧରି ଘରକୁ ଆସିଲେ, ହାଣି ଲୁଟିନେଲେ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପୁଅର ସାଙ୍ଗ ସାଜିଲା ହତ୍ୟାକାରୀ। ଟଙ୍କା ଲୋଭରେ ଏକ ସୁଚିନ୍ତିତ ଯୋଜନା କରି ଘଟାଇଲା ନାରକୀୟ କାଣ୍ଡ। ଏଥିରେ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ସାମିଲ କରିଥିଲା। ଏହି  ହତ୍ୟାକାଣ୍ଡରେ ସମୁଦାୟ ୭ ଜଣ  ଥିବା ବେଳେ ମାଷ୍ଟର ମାଇଣ୍ଡ ସାଜିଥିଲା ମୃତା ମହିଳାଙ୍କ ପୁଅର ସାଙ୍ଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅରଡ଼ପଲି ଗାଁର ମିନତୀ ଜେନା ନାମ୍ନୀ ମହିଳାଙ୍କୁ ଗତ ୧୭ ତାରିଖରେ  ଅତି ବିଭତ୍ସ ଭାବେ ହତ୍ୟା […]

loot

loot

Niharika Rout
  • Published: Saturday, 22 August 2020
  • Updated: 22 August 2020, 02:50 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପୁଅର ସାଙ୍ଗ ସାଜିଲା ହତ୍ୟାକାରୀ। ଟଙ୍କା ଲୋଭରେ ଏକ ସୁଚିନ୍ତିତ ଯୋଜନା କରି ଘଟାଇଲା ନାରକୀୟ କାଣ୍ଡ। ଏଥିରେ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ସାମିଲ କରିଥିଲା। ଏହି  ହତ୍ୟାକାଣ୍ଡରେ ସମୁଦାୟ ୭ ଜଣ  ଥିବା ବେଳେ ମାଷ୍ଟର ମାଇଣ୍ଡ ସାଜିଥିଲା ମୃତା ମହିଳାଙ୍କ ପୁଅର ସାଙ୍ଗ ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅରଡ଼ପଲି ଗାଁର ମିନତୀ ଜେନା ନାମ୍ନୀ ମହିଳାଙ୍କୁ ଗତ ୧୭ ତାରିଖରେ  ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ ନିମନ୍ତେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ୱାଡ ଟିମ୍‌ ପ୍ରଥମେ ଘଟଣାର ମାଷ୍ଟର ମାଇଣ୍ଡ ଅନିଲ ଜେନାଙ୍କୁ ପଚରାଉଚରା କରିବାରୁ ସେ ସତ ଓଗାଳିଥିଲେ। ଏହାପରେ ଯାଜପୁର, ଢେଙ୍କାନା, ବାଲିଚନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ ଟି ମୋବାଇଲ ଫୋନ , ନଗଦ ୫ ଲକ୍ଷ ୬୪ ହଜାର ଟଙ୍କା , ୫ଟି ବାଇକ , ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ  ହୋଇଛି ।

କେନ୍ଦ୍ରାପଡା ଏସ୍‌ପି ନିତି ଶେଖର ଆଜି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ମୃତ ମିନତୀଙ୍କ ସାନ ପୁଅ ସତ୍ୟଜିତ ଜେନାର ସାଙ୍ଗ ତଥା ପଡୋଶୀ ଅନିଲ ଜେନା ମିନତୀଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ମିନତୀଙ୍କ ଘରେ ଅଧିକ ଟଙ୍କା ଥିବା ଜାଣି ଅନିଲ ଲୁଟ୍‌ ନିମନ୍ତେ ଜାଲ ବିଛାଇଥିଲା । ନିଜ ପ୍ଲାନ୍‌ରେ ସେ ଯାଜପୁରର ଦୁର୍ଦ୍ଦାନ୍ତ  ୬ ଅପରାଧୀଙ୍କୁ ସାମିଲ କରିଥିଲା।

ଏହାପରେ ପୂର୍ବ ଯୋଜନା ମୁତାବକ, ଗତ ୧୭ ତାରିଖ ମଧ୍ୟାହ୍ନ ସମୟରେ ମିନତୀଙ୍କ ଘରେ କେହି ନ ଥିବା ବେଳେ ଅନୀଲ ନିଜ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନେ ଗାଁ ପାଖ ଦୋକାନରୁ  ମିଠା  ନେଇ ବନ୍ଧୁ ହିସାବରେ ତାଙ୍କ ଘରକୁ ଯାଇଥିଲେ। ଅନୀଲଙ୍କ ସମେତ ୩ ଜଣ ଘର ବାହାରେ ଥିବା ବେଳେ ଅନ୍ୟମାନେ ଘର ଭିତରେ  ଲୁଟ ଉଦ୍ୟମ କରିଥିଲେ। ତେବେ ଏହାକୁ ମିନତୀ ପ୍ରତିବାଦ କରିବାରୁ ସେମାନେ ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କଲେ। ଫଳରେ ଘଟଣାସ୍ଥଳରେ ମିନତୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ଘରୁ ପ୍ରାୟ ୮ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ।

ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଅନୀଲ ନିଜ ଘରେ ହିଁ ରହିଥିଲେ। କେହି ଯେପରି ସନ୍ଦେହ ନ କରିବା ସେଥିନିମନ୍ତେ ସେ ସବୁବେଳେ ସତ୍ୟଜିତଙ୍କ ପାଖେ ପାଖେ ରହି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଚେଷ୍ଟା କରୁଥିଲେ। ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ସନ୍ଦେହରେ  ପୁଲିସ୍‌ ଅନୀଲଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ସେ ସତ ଓଗାଳିଥିଲେ। ଏହାପରେ ପଟ୍ଟାମୁଣ୍ଡାଇ ଆଇଆଇସିଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ୬ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story