ତାତିରୁ ମିଳିବ ତ୍ରାହି: ଲଘୁଚାପ-ଘୁର୍ଣ୍ଣିଝଡ଼-ବର୍ଷା

ଭୁବନେଶ୍ୱର: ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ଅସହ୍ୟ ରହୁଛି। ରାଜ୍ୟର ୮ରୁ ଅଧିକ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଦିନ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇଯାଉଛି। ଲୋକେ ବର୍ଷକୁ ଚାତକ ପରି ଚାହିଁ ବସିଛନ୍ତି। ତେବେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ଶୀଘ୍ର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି […]

Odisha

Rakesh Mallick
  • Published: Friday, 14 April 2017
  • , Updated: 14 April 2017, 03:37 PM IST

ଭୁବନେଶ୍ୱର: ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ଅସହ୍ୟ ରହୁଛି। ରାଜ୍ୟର ୮ରୁ ଅଧିକ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଦିନ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇଯାଉଛି। ଲୋକେ ବର୍ଷକୁ ଚାତକ ପରି ଚାହିଁ ବସିଛନ୍ତି। ତେବେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ଶୀଘ୍ର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଘୁର୍ଣ୍ଣିଝଡ଼ର ରୂପ ନେବ। ପରେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଶୀଘ୍ର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

Related story