ପହିଲାରୁ ୨ ଘଣ୍ଟା ପାଇଁ ଖୋଲିବ ଅଙ୍ଗନବାଡ଼ି, ମିଳିବ ରନ୍ଧାଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ କୋଭିଡ୍ କଟକଣା ଗାଇଡଲାଇନ ଜାରି କରିବା ପରେ ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ। ଏହି କେନ୍ଦ୍ରରେ ୩ରୁ ୬ବର୍ଷ ବୟସର ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

Manoranjan Sial
  • Published: Saturday, 30 January 2021
  • Updated: 31 January 2021, 07:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ କୋଭିଡ୍ କଟକଣା ଗାଇଡଲାଇନ ଜାରି କରିବା ପରେ ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ। ଏହି କେନ୍ଦ୍ରରେ ୩ରୁ ୬ବର୍ଷ ବୟସର ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବୃୟାରୀ ପହିଲାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ଆବଶ୍ୟକ ଏସଓପି ଜାରି କରିଛନ୍ତି। ଜିଲ୍ଲାର ଆଇସିଡିଏସ(ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ) ଅଧିକାରୀଙ୍କୁ ଏହି ଏସଓପିକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି।

ଏସଓପି ଅନୁସାରେ, ଅଙ୍ଗନବାଡ଼ି ଦିଦି ଓ ସହାୟିକାଙ୍କ ସମେତ ସମସ୍ତ ପିଲା(୩ରୁ ୬ବର୍ଷ ବୟସର) ଯେପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ରହିବେ ନିଶ୍ଚିତ ଭାବେ ମୁହଁରେ ମାସ୍କ ପିନ୍ଧିବେ। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ୬ଫୁଟ ଦୂରତ୍ୱରେ ବସାଇବା ପାଇଁ ବ୍ୟବସ୍ଥା ରହିବ। ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଲେ ‘ଆଜି ମୋ ଜନ୍ମଦିନ’ ଗୀତ ଗାଇବା ଶୈଳୀରେ ସେମାନଙ୍କୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ ପାଳନ କରାଯିବ।

ଅଙ୍ଗନବାଡ଼ି କେନ୍ଦ୍ର ଭିତରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଆବଶ୍ୟକ ପଡ଼ିଲେ ଦୁଇଟି ବ୍ୟାଚ୍ ପିଲାମାନଙ୍କୁ କେନ୍ଦ୍ରକୁ ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ। ପ୍ରତିମାସରେ ସର୍ବାଧିକ ୨୫ଦିନ କେନ୍ଦ୍ର ଖୋଲିବ। ଏହି ସମୟରେ ସମସ୍ତ ପିଲାଙ୍କୁ ଗରମ ରନ୍ଧା ଖାଦ୍ୟ ଦିଆଯିବ। ଏହି ଖାଦ୍ୟ ପ୍ରସ୍ତୁତି ସମୟରେ ସମ୍ପୂର୍ଣ୍ଣ ପରିଚ୍ଛନ୍ନତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାମାନଙ୍କ ଦେହରେ କୌଣସି ଫ୍ଲୁ’ର ଲକ୍ଷଣ ଥିବ ସେମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବାକୁ ଅନୁମତି ମିଳିବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଥିବା ଅଂଚଳରେ ଥିବା ପିଲା କିମ୍ବା ଫ୍ଲୁ’ ଲକ୍ଷଣ ଥିବା ପିଲାଙ୍କୁ ସେମାନଙ୍କ ଘରେ ରାସନ୍ ଦିଆଯିବ। ତା’ଛଡ଼ା ଗର୍ଭବତୀ ମହିଳା, ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ୬ମାସରୁ ୩ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟସାମଗ୍ରୀ ସେମାନଙ୍କ ଘରେ ଉପଲବ୍ଧ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ପୃଷ୍ଟିକର ଆହାର ପ୍ରଦାନ ଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story