ସୋର(ଶଶିକାନ୍ତ ବେହେରା): ଦିଲ୍ଲୀରେ ଜଣେ ବ୍ୟବସାୟୀଙ୍କ ଘରୁ ଚୋରି କରିଥିବା ଅଭିଯୋଗରେ ସୋରର ଜଣେ ଯୁବକଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ଯୁବକଙ୍କ ନାଁ କରୁଣାକର ଦାଶ। ତାଙ୍କ ଘର ସୋର ଥାନା ଅଞ୍ଚଳର ରଘୁନାଥପୁର ଗାଁରେ।
ଗତ କିଛି ବର୍ଷ ହେବ ଦିଲ୍ଲୀ ସ୍ଥିତ ଆଦର୍ଶନଗର ଥାନା ଅଞ୍ଚଳରେ ରହୁଥିବା ରବୀନ୍ଦ୍ର କୁମାର ଖାରୀ ନାମକ ଜଣେ ବ୍ୟବସାୟୀଙ୍କ ଘରେ କରୁଣାକର କାମ କରୁଥିଲେ। ହେଲେ ଗତ ମାସ ୪ ତାରିଖରେ କରୁଣାକର ରବୀନ୍ଦ୍ରଙ୍କ ଘରୁ ହୀରା କାନଫୁଲ, ସୁନାର ମଙ୍ଗଳ ସୂତ୍ର, ଚୁଡ଼ି ଓ ହାର ଲୁଟ୍ କରିଥିଲା, ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଲୁଟ୍ କରିବା ପରେ ସେ ନିଜ ଗାଁକୁ ପଳାଇ ଆସିଥିଲା। ଏଥିସହ ସେ ଏହିସବୁ ଅଳଙ୍କାର କଟକରେ ବିକ୍ରି କରିଥିବା ଜଣାପଡ଼ିଛି।
ଏନେଇ ଆଦର୍ଶ ଥାନାରେ ରବୀନ୍ଦ୍ର ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ୍ କରୁଣାକରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ଆଦର୍ଶ ଥାନାର ତିନି ଜଣ ପୁଲିସ୍ ଅଧିକାରୀ ସୋର ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ପୁଲିସ୍ର ସହାୟତାରେ କରୁଣାକରଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।