ନାବାଳିକା ନିର୍ଯାତନା ମାମଲାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସୋର ବ୍ଲକ ସାଜନପୁର ଗାଁରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗତକାଲି ମୁଖ୍ୟ ଅଭିଯୁକ୍ତ ବିପିନ ସାହୁକୁ ଗିରଫ କରାଯାଇଥିଲା।  ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଆଜି ବାଲେଶ୍ୱର ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପୀଡିତା ଓ ତାଙ୍କ ମାଙ୍କୁ ଭେଟିଛନ୍ତି। ସୋର ଥାନା ସାଜନପୁର ଗାଁର ମାନସିକ ଦୁର୍ବଳ […]

soro police arrest 4 person

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 06:30 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସୋର ବ୍ଲକ ସାଜନପୁର ଗାଁରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗତକାଲି ମୁଖ୍ୟ ଅଭିଯୁକ୍ତ ବିପିନ ସାହୁକୁ ଗିରଫ କରାଯାଇଥିଲା।  ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଆଜି ବାଲେଶ୍ୱର ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପୀଡିତା ଓ ତାଙ୍କ ମାଙ୍କୁ ଭେଟିଛନ୍ତି।

ସୋର ଥାନା ସାଜନପୁର ଗାଁର ମାନସିକ ଦୁର୍ବଳ ନାବାଳିକା ବାଡ଼ିରୁ କାଠ ଖଣ୍ଡେ ନେବାରୁ ଅମାନୁଷିକ ନିର୍ଯାତନାର ଶିକାର ହୋଇଥିଲା। ମାଡ଼ର ଭିଡ଼ିଓ ଭାଇରାଲ୍ ହେବା ପରେ ପ୍ରଶାସନ ତତ୍ପର ହୋଇଛି। ପୋଲିସ୍, ସିଡବ୍ଲୁସି ଏବଂ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିର୍ଯାତିତା ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଭିତ୍ତିରେ ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Related story