ସୌମ୍ୟଙ୍କ ତେର୍ଚ୍ଛା ବାଣ, କହିଲେ- ଅମଲାତନ୍ତ୍ରର ପ୍ରଭାବ ବଢ଼ିଛି, ମନ୍ତ୍ରୀଙ୍କ ପାୱାର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଦଳ ବିଧାୟକ ଆଣିଲେ ଶାସନ ବ୍ୟବସ୍ଥା ଉପରେ ସାଂଘାତିକ ଅଭିଯୋଗ। ନିଜେ ଦଳରେ ଥାଇ ବି ବ୍ୟବସ୍ଥା ଉପରକୁ ଉଠାଇଲେ ଆଙ୍ଗୁଠି।  ଭରପୂର ସଭାରେ କଲେ କଡ଼ା ସମାଲୋଚନା, ମାରିଲେ ତେର୍ଚ୍ଛା ବାଣ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ‘ଅନୁଭବରୁ ଅନୁଭୂତି’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ କଡ଼ା ମନ୍ତବ୍ୟ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଏନେଇ ସେ କହିଛନ୍ତି, ରାଜ୍ୟରେ ଗଣତନ୍ତ୍ରର ହତ୍ୟା ହେଉଛି। ଗଣତନ୍ତ୍ର ବଦଳରେ ଦଳତନ୍ତ୍ର […]

soumya-patniak

soumya-patniak

Niharika Rout
  • Published: Thursday, 22 September 2022
  • Updated: 22 September 2022, 01:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଦଳ ବିଧାୟକ ଆଣିଲେ ଶାସନ ବ୍ୟବସ୍ଥା ଉପରେ ସାଂଘାତିକ ଅଭିଯୋଗ। ନିଜେ ଦଳରେ ଥାଇ ବି ବ୍ୟବସ୍ଥା ଉପରକୁ ଉଠାଇଲେ ଆଙ୍ଗୁଠି।  ଭରପୂର ସଭାରେ କଲେ କଡ଼ା ସମାଲୋଚନା, ମାରିଲେ ତେର୍ଚ୍ଛା ବାଣ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ‘ଅନୁଭବରୁ ଅନୁଭୂତି’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ କଡ଼ା ମନ୍ତବ୍ୟ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ଏନେଇ ସେ କହିଛନ୍ତି, ରାଜ୍ୟରେ ଗଣତନ୍ତ୍ରର ହତ୍ୟା ହେଉଛି। ଗଣତନ୍ତ୍ର ବଦଳରେ ଦଳତନ୍ତ୍ର ଓ ଅମଲାତନ୍ତ୍ରର ଚାଲିଛି ଶାସନ। କିଛି ଦିନ ପର୍ଯ୍ୟନ୍ତ ଦଳତନ୍ତ୍ର ବା ଦଳର ଶାସନ ଚାଲିଥିଲା ବୋଲି କହିଲେ ଅତ୍ୟୁକ୍ତ ହେବନି। ପାର୍ଟି ସବୁ ନିଷ୍ପତ୍ତି ନେଉଥିଲା। ପାର୍ଟିର ନେତା, ପଇସା, ଚିହ୍ନ, ପ୍ରଚାର ଢଙ୍ଗ ଏସବୁ ରାଜନୈତିକ ନିଷ୍ପତ୍ତି ନିର୍ଣ୍ଣୟ କରୁଥିଲା। ହେଲେ ଏବେ ଅମଲାତନ୍ତ୍ରର ପ୍ରଭାବ ବଢ଼ିଛି, ରାଜନୈତିକ ବ୍ୟକ୍ତିଙ୍କ ପ୍ରଭାବ କମିଛି। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପଚାରିଲେ ସାଧାରଣ ଲୋକ କହୁଛନ୍ତି ସଚିବ ବଡ଼। ମନ୍ତ୍ରୀଙ୍କର ଆଉ ପାୱାର ନାହିଁ।

[caption id="attachment_768312" align="aligncenter" width="650"]meeting ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ‘ଅନୁଭବରୁ ଅନୁଭୂତି’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଉପସ୍ଥିତ ଅତିଥି ।[/caption]

ସେହିପରି ଦୀର୍ଘ ଦିନ ପରେ ଗଣମାଧ୍ୟମ ସାମନାକୁ ଆସିଥିବା ଡାକ୍ତର ଦାମୋଦର ରାଉତ ମଧ୍ୟ ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି,  ଅନୁଭବର ପ୍ରତିଫଳନ ଓଡ଼ିଶା ରାଜନୀତିରେ ନାହିଁ। ଅନୁଭବ ବଦଳରେ ଅନୁମାନରେ ଶାସନ ହେଉଛି। ଆନ୍ଧ୍ର ଏବଂ ଝାଡ଼ଖଣ୍ଡ ଓଡ଼ିଶାର ଜମି ନେଇଥିବା ଘଟଣାରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଦାମୋଦର ରାଉତ କହିଛନ୍ତି, ଅଣଓଡ଼ିଆ ଅଫିସରଙ୍କ ପାଇଁ ସୀମାନ୍ତ ଜିଲ୍ଲାର ଜମି ଅନ୍ୟ ରାଜ୍ୟ ହାତଉଛନ୍ତି। ଏବେ ବେଳେ ବେଳେ ମନ ଯନ୍ତ୍ରଣାସିକ୍ତ ହେଉଛି।

[caption id="attachment_768314" align="aligncenter" width="650"]dama-rout ବହୁ ଦିନ ପରେ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ଦେଉଛନ୍ତି ଦମା ରାଉତ ।[/caption]

ଏଥିସହ ସେ କହିଛନ୍ତି, ଗଣତନ୍ତ୍ର ଜାଗାରେ ଜନତନ୍ତ୍ର, ରାଜତନ୍ତ୍ର, ଦଳତନ୍ତ୍ର, ଅମଲାତନ୍ତ୍ର କାମ କରୁଛି। ଜଣେ ଅଣଓଡ଼ିଆ ଆଇଏଏସ୍‌ ଅଫିସର ଶାସନ ବିଷୟରେ ଅଭିଜ୍ଞ। ମାତ୍ର ଏଠିକାର ଲୋକଙ୍କ ଭାଷା, ଖାଦ୍ୟ, ମନକଥା ଆଦି ଜାଣି ନ ଥିବାରୁ ଅଘଟଣ ଘଟୁଛି।

ଭୁବନେଶ୍ୱରରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ହୋଇଥିବା ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story