ମୋର ନ୍ୟୁଜ୍‌ ଆଙ୍କର ହେବାକୁ ଇଚ୍ଛା ଥିଲା: ଏସ୍‌ପି ସାରା ଶର୍ମା

ଗଜପତି(ଓଡ଼ିଶା ରିପୋର୍ଟର):ପୁଲିସ ପ୍ରଶାସନ କ୍ଷେତ୍ର ହେଉ ଅବା ସାମାଜିକ ଦାୟିତ୍ୱ। ସବୁବେଳେ  ଓ ସବୁଥିରେ ନୂଆ ନୂଆ ତରିକା ଅପାଣାଇଥାନ୍ତି ସେ।  ଯାହାକୁ ଲୋକେ ପସଦ କରନ୍ତି ଓ ସାଧୁବାଦ ବି ଜଣାନ୍ତି।  ସେ ହେଉଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ପିଲାଟି ବେଳୁ ସମ୍ବାଦ ପାଠିକା ହେବାକୁ ଆଶା ଥିଲା କିନ୍ତୁ ହୋଇଗଲେ ଆଇପିଏସ୍‌। ଗୀତ ଗାଇବାର ରୁଚି ରଖିଥିବା ସାରା ଆଜି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପୁଲିସିଆ ଅନ୍ଦାଜରୁ ବାହାରି କେତେବେଳେ […]

n-908

Tapas Behera
  • Published: Saturday, 25 January 2020
  • , Updated: 25 January 2020, 04:38 PM IST

ଗଜପତି(ଓଡ଼ିଶା ରିପୋର୍ଟର):ପୁଲିସ ପ୍ରଶାସନ କ୍ଷେତ୍ର ହେଉ ଅବା ସାମାଜିକ ଦାୟିତ୍ୱ। ସବୁବେଳେ  ଓ ସବୁଥିରେ ନୂଆ ନୂଆ ତରିକା ଅପାଣାଇଥାନ୍ତି ସେ।  ଯାହାକୁ ଲୋକେ ପସଦ କରନ୍ତି ଓ ସାଧୁବାଦ ବି ଜଣାନ୍ତି।  ସେ ହେଉଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ପିଲାଟି ବେଳୁ ସମ୍ବାଦ ପାଠିକା ହେବାକୁ ଆଶା ଥିଲା କିନ୍ତୁ ହୋଇଗଲେ ଆଇପିଏସ୍‌। ଗୀତ ଗାଇବାର ରୁଚି ରଖିଥିବା ସାରା ଆଜି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପୁଲିସିଆ ଅନ୍ଦାଜରୁ ବାହାରି କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ଗୀତ ରେକଡିଂ କନ୍ତି ତ ଆଉ କେତେବେଳେ ଷ୍ଟେଜରେ ଅନ୍ୟମାନଙ୍କ ସହ ସଚେତନତାର ଗୀତ ଗାଉଛନ୍ତି।

ଆଉ କେବେ ସ୍ୱାସ୍ଥ୍ୟ ହିଁ ସଂପଦର ବାର୍ତ୍ତା ନେଇ ଜୁମ୍ବୋ ଏରୋବିକ୍ସ ଡ୍ୟାନ୍ସ କରୁଛନ୍ତି। ଏହି ଫଣ୍ଡାକୁ ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।  ତେବେ ସାରା କହିଛନ୍ତି ଯେ, ମୁଁ  ଯେବେ ସାନ ଥିଲି ମୋର ଅନେକ ଗୁଡ଼ିଏ ସ୍ୱପ୍ନ ଥିଲା। 

ଯେମିତି ଟେଲିଭିଜନରେ ନ୍ୟୁଜ୍‌ ରିଡରମାନଙ୍କୁ ଦେଖିଲେ ମୋତେ ଭଲ ଲାଗେ। ତେଣୁ ସାମ୍ବାଦିକ ହେବାକୁ ମୁଁ ଭାବିଥିଲି। ପୁଣି କେବେ ଗାୟିକା ହେବାକୁ ଇଚ୍ଛା ଥିଲା। ପରେ ବଡ଼ ହେଲା ପରେ ମୋର ଅଭିଭାବକ କହିଲେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବାକୁ । ପରବର୍ତ୍ତୀ ଲକ୍ଷ୍ୟ ମୋର ସିଭିଲ ସର୍ଭିସ୍‌ ଥିଲା। ସେଥିପାଇଁ ମୁଁ ବହୁତ ପରିଶ୍ରମ କରିଥିଲି। ଯେବେ ସିଭିଲ ସର୍ଭିସ କ୍ଲିଅର ହେଲା ମୋତେ ଆଇପିଏସ୍‌ ଭାବେ ଆଲର୍ଟ ହେଲା।

Related story