ବାଚସ୍ପତି ଓ ମୁଖ୍ୟ ସଚେତକଙ୍କୁ ଆବଂଟିତ ହେଲା ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାର ୧୨ଦିନ ପରେ ଗତକାଲି ୧୭ଜଣ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଆବଂଟିତ କରିଥିବା ରାଜ୍ୟ ସରକାର ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବ୍ୟକ୍ତିଗତ ସଚିବ(ପିଏସ) ଆବଂଟିତ ହୋଇଛି। ଏବେବି ୪ଜଣ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ ଓ ରୀତା ସାହୁଙ୍କୁ ବ୍ୟକ୍ତିଗତ ସଚିବ ଆବଂଟିତ କରିବାରେ ସରକାର ବିଫଳ ହୋଇଛନ୍ତି। ସାଧାରଣ ପ୍ରଶାସନ […]

Bikram Keshari Arukha

Bikram Keshari Arukha

Ordigital Desk
  • Published: Saturday, 18 June 2022
  • Updated: 18 June 2022, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାର ୧୨ଦିନ ପରେ ଗତକାଲି ୧୭ଜଣ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଆବଂଟିତ କରିଥିବା ରାଜ୍ୟ ସରକାର ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବ୍ୟକ୍ତିଗତ ସଚିବ(ପିଏସ) ଆବଂଟିତ ହୋଇଛି। ଏବେବି ୪ଜଣ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ ଓ ରୀତା ସାହୁଙ୍କୁ ବ୍ୟକ୍ତିଗତ ସଚିବ ଆବଂଟିତ କରିବାରେ ସରକାର ବିଫଳ ହୋଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ଦୀନକୃଷ୍ଣ କରଙ୍କୁ ନିଯୁକ୍ତି ମିଳିଥିବାବେଳେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ଦଳେଇ ପୂର୍ବରୁ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ରାଜସ୍ୱ ବିଭାଗର ଅନ୍ୟ ଏକ ବିଜ୍ଞପ୍ତି ଅନୁସାରେ ମୋଟ ୮୧ଜଣ ଓଏଏସ୍ ଓ ଓଆରଏସ ଅଫିସର(ବିିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର)ଙ୍କୁ ପୁରୀ ରଥଯାତ୍ରା ପାଇଁ ମାଜିଷ୍ଟ୍ରେଟ୍ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ଅଫିସରମାନେ ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଦାୟିତ୍ୱରେ ରହିବେ। ସେମାନେ ଜୁନ୍ ୨୯ରୁ ଜୁଲାଇ ୧୩ତାରିଖ ପର୍ଯ୍ୟନ୍ତ ପୁରୀରେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନିକସ୍ତରରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story