କୋଭିଡ୍ ମୁକାବିଲା, ୨୭ ଡାକ୍ତରଙ୍କୁ ପଶ୍ଚିମ ଓଡ଼ିଶା ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାର ଘଣ୍ଟାଏ ନପୁରୁଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୨୭ଜଣ ଡାକ୍ତରଙ୍କୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ବଦଳି କରିଥିବାବେଳେ ୭ଜଣ ଡାକ୍ତରଙ୍କୁ ପୁରୀ ଜିଲ୍ଲାକୁ ବଦଳି କରିଛି। ସେହିପରି କୋଭିଡ୍ ଗାଇଡଲାଇନ ପାଳନକୁ କଡ଼ାକଡ଼ି ନିମନ୍ତେ ପୁଲିସ୍ ପକ୍ଷରୁ ମଧ୍ୟ ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର […]

covid

covid

Ordigital Desk
  • Published: Tuesday, 06 April 2021
  • Updated: 06 April 2021, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାର ଘଣ୍ଟାଏ ନପୁରୁଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୨୭ଜଣ ଡାକ୍ତରଙ୍କୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ବଦଳି କରିଥିବାବେଳେ ୭ଜଣ ଡାକ୍ତରଙ୍କୁ ପୁରୀ ଜିଲ୍ଲାକୁ ବଦଳି କରିଛି। ସେହିପରି କୋଭିଡ୍ ଗାଇଡଲାଇନ ପାଳନକୁ କଡ଼ାକଡ଼ି ନିମନ୍ତେ ପୁଲିସ୍ ପକ୍ଷରୁ ମଧ୍ୟ ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ କରିବାକୁ ସମସ୍ତ ଜିଲ୍ଲା ଏସପି, ଡିସିପି ଓ ରେଳବାଇ ଏସପିମାନଙ୍କୁ ଆଜି ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିବାର ମାତ୍ର ଘଣ୍ଟାଏ ନପୁରୁଣୁ ରାଜ୍ୟ ପୁଲିସ ଡିଜି ଅଭୟ ସମସ୍ତ ଜିଲ୍ଲା ଏସପି, ଡିସିପି, କଟକ ଓ ରାଉରକେଲା ରେଳବାଇ ଏସପିଙ୍କୁ ଚିଠି ଳେଖି ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ କୋଭିଡ୍ ଗାଇଡଲାଇନକୁ ଓ ନିରାପତ୍ତାକୁ କଡ଼ାକଡ଼ି ପାଳନ ନିମନ୍ତେ ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ ହେଉଛି କି ନାହିଁ ତାହା ଯାଂଚ କରି ଦୈନିକ ଏକ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା)କୁ ପଠାଇବାକୁ କହିଛନ୍ତି। ଏହି ଅଭିଯାନ ନିମନ୍ତେ ଏସପିମାନଙ୍କୁ ଗାଇଡ୍ କରିବାକୁ ରେଞ୍ଜ ଡିଆଇଜି, ଆଇଜି, ପୁଲିସ କମିଶନର ଓ ଅତିରିକ୍ତ ଡିଜିମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ନିୟମ ପାଳନକୁ କଡ଼ାକଡ଼ି କରିବା ସହ କୋଭିଡ୍ ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସମାନ୍ତରାଳ ଭାବେ ଚଳାଇବାକୁ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପିପିଲି ଉପନିର୍ବାଚନ ପ୍ରଚାରରେ କୋଭିଡ୍ ନିୟମକୁ ଖୋଲାଖୋଲି ସବୁ ଦଳ ଉଲ୍ଲଘଂନ କରୁଥିଲାବେଳେ ଆସନ୍ତାକାଲିଠୁ ପୁଲିସ ସେଠାରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ପିପିଲିରେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା ଉଭୟ ବିଜେଡି ଓ ବିଜେପିର ପ୍ରାୟ ୫ଶହରୁ ଅଧିକ ଆଗଧାଡ଼ିର ନେତା ଏବେ ଭୁବନେଶ୍ୱରରୁ ନିୟମିତ ପିପିଲି ଯାତାୟତ କରୁଛନ୍ତି। ସେମାନେ କୋଭିଡ୍ ସଂକ୍ରମଣର ବାହକ ଯେ ନହେବେ କିଏ ତାହା ସୁନିଶ୍ଚିତ କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସେହିପରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷାର ଘଣ୍ଟାଏ ନପୁରୁଣୁ ୩୪ଜଣ ପିଜି ଡାକ୍ତରଙ୍କୁ ବଦଳି କରିଛି। ଏହି ଡାକ୍ତରମାନେ ସମସ୍ତେ କୋଭିଡ୍ ମୁକାବିଲା ଦାୟିତ୍ୱରେ ରହିବେ। ଏହି ୩୪ଜଣ ଡାକ୍ତରଙ୍କ ମଧ୍ୟରୁ ୮ଜଣ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ହୋଇଥିବାବେଳେ ଅନ୍ୟ ୨୬ଜଣ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର। ଏହି ଡାକ୍ତରଙ୍କ ମଧ୍ୟରୁ ୭ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଥିବାବେଳେ ଅନ୍ୟ ୫ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ୬ଜଣଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ୬ଜଣଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ୫ଜଣଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ୫ଜଣଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବଦଳି କରାଯାଇଛି। ସେମାନଙ୍କୁ ତୁରନ୍ତ ରିଲିଭ୍ ପାଇଁ ମେଡିକାଲ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଡାକ୍ତରମାନେ କୋଭିଡ୍ ମୁକାବିଲା ଦାୟିତ୍ୱରେ ରହିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story