କଟକ (ଓଡ଼ିଶା ରିପୋର୍ଟର): ଚିଟ୍ଫଣ୍ଡ ସଂସ୍ଥା ଓଡ଼ିଶା ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ର ସମ୍ପତ୍ତି ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ। ସଂସ୍ଥାର ୧୮ ଏକର ଜମି ଓ ୮ ଲକ୍ଷ ୮୭ ହଜାର ଟଙ୍କାର ବ୍ୟାଙ୍କ ଜମା ବ୍ୟାଜପ୍ତି ପାଇଁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଟଣୀ ଅଞ୍ଚଳରେ ସୁଲଭ ମୂଲ୍ୟରେ ଫ୍ଲାଟ୍ ଯୋଗାଇଦେବା ନାଁରେ ଓଡ଼ିଶା ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ୧୫୩ ଜଣ ସାଧାରଣ ଜମାକାରୀଙ୍କଠାରୁ ୭ କୋଟି ୫୪ ଲକ୍ଷ ୩୯ ହଜାର ୫୬୮ଟଙ୍କା ଆଦାୟ କରିଥିଲା। ଫ୍ଲାଟ୍ ନ ମିଳିବାରୁ ଏକାଧିକ ଜମାକାରୀ କ୍ରାଇମ୍ବ୍ରାଞ୍ଚର Eow ର ଦ୍ୱାରସ୍ଥ ହୋଇଥିଲେ। ମାମଲାର ତଦନ୍ତ କରି ସଂସ୍ଥାର ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୮ ଏକର ୩୦ ଡିସିମିଲ ଜମି ଓ ୯ଟି ବ୍ୟାଙ୍କରେ ଥିବା ପ୍ରାୟ ୯ଲକ୍ଷ ଟଙ୍କାର ଜମା ରାଶି ଜବତ କରାଯାଇଥିଲା। ଏସବୁ ସମ୍ପତ୍ତି ବ୍ୟାଜପ୍ତି କରି ବିକ୍ରି ଲବ୍ଧ ଟଙ୍କା ଜମାକାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କୋର୍ଟ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ।
Miscellaneous
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ଆଜି ‘ଆୟୁଷ୍ମାନ୍’ MOU
ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।
Crime
ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଦୁଇ ଦିନ ହେଲା ନିଖୋଜ ଥିଲେ
ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
Events & Festivals
ଗଙ୍ଗା ସାଗର ମେଳା ଆରମ୍ଭ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା ।
Events & Festivals
ଆଜି ପୌଷ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସୁନା ବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ।