ଯାଞ୍ଚ ହେବ ସ୍କୁଲ୍‌ ପିଲାଙ୍କୁ ନେଉଥିବା ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ ପିଲାଙ୍କୁ ନେଉଥିବା ବସ୍‌ ଓ ଅନ୍ୟାନ୍ୟ ଲାଇଟ୍‌ ଭେଇକିଲ୍‌ ଯାଞ୍ଚ ହେବ। ଯାଞ୍ଚ ନେଇ ସବୁ ଆଞ୍ଚଳିକ ପରିବହନ ଅଫିସ୍‌କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA)ର ଚିଠି ଲେଖିଛନ୍ତି। ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮ ତାରିଖରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଉଥିବା ଗାଡ଼ିର ଫିଟନେସ୍‌, ପରମିଟ, ବୀମା ଆଦିର ଯାଞ୍ଚ ହେବ। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ। ବିଶେଷକରି […]

School-Bus

Manoranjan Sial
  • Published: Monday, 18 April 2022
  • , Updated: 18 April 2022, 08:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ ପିଲାଙ୍କୁ ନେଉଥିବା ବସ୍‌ ଓ ଅନ୍ୟାନ୍ୟ ଲାଇଟ୍‌ ଭେଇକିଲ୍‌ ଯାଞ୍ଚ ହେବ। ଯାଞ୍ଚ ନେଇ ସବୁ ଆଞ୍ଚଳିକ ପରିବହନ ଅଫିସ୍‌କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA)ର ଚିଠି ଲେଖିଛନ୍ତି। ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮ ତାରିଖରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଉଥିବା ଗାଡ଼ିର ଫିଟନେସ୍‌, ପରମିଟ, ବୀମା ଆଦିର ଯାଞ୍ଚ ହେବ। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ। ବିଶେଷକରି ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ STAର ଗୁରୁତ୍ୱ ଦେଇଛି।

ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍‌ ନଥିବା ଗାଡ଼ି ଛୋଟ ପିଲାମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଅନେକ ସମୟରେ ଗାଡ଼ି ଗୁଡ଼ିକ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ୍‌ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story