ଓଭରଲୋଡିଂ ଗାଡ଼ି ନେଉଥିଲେ ସାବଧାନ, ଧରାପଡ଼ିଲେ ଗଣିବେ ଫାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତା ହେଉ କି ଖଣି ଅଞ୍ଚଳ କିମ୍ବା ଜାତୀୟ ରାଜପଥ । ସବୁଠି ନିର୍ଭୟ ଆଉ ଅବାଧ ଭାବେ ଦ୍ରୁତ ଗତିରେ ଚାଲୁଛି ଓଭରଲୋଡିଂ ଗାଡ଼ି  । ଅଟୋ ହେଉ କି ବସ୍‌, କି ଟ୍ରକ ବେଧଡକ ଭାବେ ଓଭରଲୋଡିଂ କରି ନିଜ ଗନ୍ତବ୍ୟସ୍ଥଳ ଆଡ଼େ ମାଡ଼ି ଚାଲିଛନ୍ତି ସମସ୍ତେ। ଏହା  ସରକାରୀ ଆଇନକୁ ଆଖିଠାର । ରାଜ୍ୟ ସରକାର କେବଳ ଫାଇନ୍‌ ଆଦାୟ କରି ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ […]

truck

truck

Niharika Rout
  • Published: Wednesday, 21 September 2022
  • Updated: 21 September 2022, 08:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତା ହେଉ କି ଖଣି ଅଞ୍ଚଳ କିମ୍ବା ଜାତୀୟ ରାଜପଥ । ସବୁଠି ନିର୍ଭୟ ଆଉ ଅବାଧ ଭାବେ ଦ୍ରୁତ ଗତିରେ ଚାଲୁଛି ଓଭରଲୋଡିଂ ଗାଡ଼ି  । ଅଟୋ ହେଉ କି ବସ୍‌, କି ଟ୍ରକ ବେଧଡକ ଭାବେ ଓଭରଲୋଡିଂ କରି ନିଜ ଗନ୍ତବ୍ୟସ୍ଥଳ ଆଡ଼େ ମାଡ଼ି ଚାଲିଛନ୍ତି ସମସ୍ତେ। ଏହା  ସରକାରୀ ଆଇନକୁ ଆଖିଠାର । ରାଜ୍ୟ ସରକାର କେବଳ ଫାଇନ୍‌ ଆଦାୟ କରି ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ ଏହା ଯୋଗୁ ଅକାଳରେ ଯାଉଛି ବହୁ ଜୀବନ  ।

ଓଭରଲୋଡିଂଜନିତ ଦୁର୍ଘଟଣାକୁ ରୋକିବାକୁ ରାଜ୍ୟ ସରକାର ଗତ ୧୯ ତାରିଖରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛନ୍ତି। ଏହା ୭ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୨୫ ତାରିଖ ଯାଏ ଚାଲିବ ।  ଏହି ସମୟରେ ବିଭାଗ  ହାବୁଡରେ ପଡିଲେ ୨୦ ହଜାର ଫାଇନ ସହ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ ।

ଓଭରଲୋଡିଂ ଗାଡ଼ି ରାସ୍ତାରେ ବେଧଡ଼କ ଭାବେ ଗଡ଼ିବା ଏକ ନିତିଦିନିଆ ଓ ସାଧାରଣ ଘଟଣା। କେଉଁଠି ଅଟୋରେ ୬ ଜଣ ଯାଉଛନ୍ତି, ତ ଖଚାଖଚ ଯାତ୍ରୀଙ୍କୁ ନେଇ ଗଡ଼ୁଛି ବସ୍‌। ବେସରକାରୀ ବସ୍‌ ଦୂରର କଥା, ସରକାରୀ ବସ୍‌ର ବି ସମାନ ଅବସ୍ଥା । ଏହାବାଦ ମାଲ୍‌ ଭର୍ତ୍ତି ଗାଡ଼ି ଛୋଟରୁ ବଡ଼ ସବୁ ଓଭରଲୋଡିଂ କରି ଚାଲୁଛନ୍ତି।  ସେଥିପାଇଁ ଏବେ ଓଭରଲୋଡିଂ ସମସ୍ୟାକୁ ଗୁରୁତର ସହ ନେଇ ପରିବହନ ବିଭାଗ  ଆରମ୍ଭ କରିଛି ସ୍ୱତନ୍ତ୍ର ୭ ଦିନିଆ ଡ୍ରାଇଭ ।

ଏହି ଅବସରରେ ସବୁ ଆରଟିଓମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରିବାକୁ  ପ୍ଲାନ ପ୍ରସ୍ତୁତ କରିଛି ବିଭାଗ ।  ଓଭରଲୋଡିଂ ପାଇଁ ଧରାପଡିଲେ ୨୦ ହଜାର ଟଙ୍କା ଫାଇନ ସହ ଅତରିକ୍ତ ବୋଝେଇ ମାଲ ଟନ୍ ୨ ହଜାର ଟଙ୍କା ଲେଖାଁଏ ଫାଇନ ଆଦାୟ କରାଯିବ। ଏହାବାଦ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ଖଣି ଅଞ୍ଚଳ ଜିଲ୍ଲାଗୁଡିକୁ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

[caption id="attachment_767976" align="aligncenter" width="650"]bus Representational Image[/caption]

ଏନେଇ ରାଜ୍ୟ ପରିବହନ ପ୍ରାଧିକରଣଅତିରିକ୍ତ କମିଶନର ଲାଲ ମୋହନ ସେଠୀ କହିଛନ୍ତି, ଏହି ଡ୍ରାଇଭ ୬ ଦିନ ଚାଲିବ । ନିୟମ ଉଲ୍ଲଘଂନ କରୁଥିବା ବହୁ ଗାଡ଼ିକୁ ଜବତ କରାଯିବ । ଏହାଦ୍ୱାରା ସଡ଼କ ସୁରକ୍ଷା ପାଳନ ସହ ଦୁର୍ଘଟଣାକୁ ରୋକି ହେବ ।

କିଛି ଦିନ ପୂର୍ବରୁ ଏକ ଡ୍ରାଇଭରେ ୮୩ଟି ଇ-ଚାଲାଣ ସହ ୨୫ଟି ଗାଡି ଜବତ କରାଯାଇଥିଲା  । ୩ ଲକ୍ଷ ୬୯ ହଜାର ୪୬୧ ଟଙ୍କା ଫାଇନ କଲେକ୍ସନ ସହ ୮୧ ଟି ଡ୍ରାଇଭିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୧ରେ  ସଡକ ଦୁର୍ଘଟଣାରେ ହୋଇଥିବା ଜୀବନହାନୀର ୧୪%  ଓଭରଲୋଡିଂ ଦୁର୍ଘଟଣାଜନିତ  । ଗତ ୨୦୨୧ ବର୍ଷରେ ମୋଟ ୧୦, ୯୮୩ ସଡକ ଦୁର୍ଘଟଣା ଘଟିଥିବା ବେଳେ, ୧, ୪୪୨ ଦୁର୍ଘଟଣା କେବଳ ଓଭରଲୋଡିଂ ପାଇଁ ଘଟିଛି  । ଯେଉଁଥିରେ ୬୭୩ ଲୋକ ପ୍ରାଣ ହରାଇଥିବା ବେଳେ, ୮୩୪ ଜଣ ଗୁରୁତର ଏବଂ ୫୮୮ ଜଣ ଆହତ ହୋଇଛନ୍ତି ।

ତେବେ ବିଶେଷଜ୍ଞଙ୍କ ମତରେ ଧରା ପଡୁଥିବା ଗାଡି ଚାଳକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଫାଇନ ରଖି ରାଜ୍ୟ ସରକାର ଛାଡି ଦେଇଥିବାରୁ ସୁଧୁରିନି ଅବସ୍ଥା । ତେଣୁ ଏହି ସ୍ପେଶାଲ ଡ୍ରାଇଭରେ ଅବସ୍ଥା କେତେ ସୁଧୁରୁଛି ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos