୪ ମାସ ପରେ ସର୍ବାଧିକ ସଂକ୍ରମିତ: ସ୍ୱତନ୍ତ୍ର ଫିଭର କ୍ଲିନିକ୍‌ ଓ ଆଇସୋଲେସନ୍‌ ସେଣ୍ଟର ପୁଣି ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠିକ୍ ୪ ମାସ ପରେ ପ୍ରଥମଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ୪୬୧ ଜଣ ହେଇଥିବାରୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଫିଭର (ଜ୍ୱର) କ୍ଲିନିକ ଖୋଲିବା ସହ ସମସ୍ତ ଜିଲ୍ଲା କଣ୍ଟ୍ରୋଲ ରୁମକୁ ପୁଣିଥରେ ଆୟୁଷ ଡାକ୍ତରମାନଙ୍କ ଦ୍ୱାରା ସକ୍ରିୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ୍ କୁମାର ମହାନ୍ତି ଆଜି ସମସ୍ତ ଜିଲ୍ଲା ମୁଖ୍ୟ […]

covid

covid

Ordigital Desk
  • Published: Friday, 02 April 2021
  • Updated: 02 April 2021, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠିକ୍ ୪ ମାସ ପରେ ପ୍ରଥମଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ୪୬୧ ଜଣ ହେଇଥିବାରୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଫିଭର (ଜ୍ୱର) କ୍ଲିନିକ ଖୋଲିବା ସହ ସମସ୍ତ ଜିଲ୍ଲା କଣ୍ଟ୍ରୋଲ ରୁମକୁ ପୁଣିଥରେ ଆୟୁଷ ଡାକ୍ତରମାନଙ୍କ ଦ୍ୱାରା ସକ୍ରିୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ୍ କୁମାର ମହାନ୍ତି ଆଜି ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାନ୍ତି ତାଙ୍କ ଚିଠିକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଇ ଲେଖିଛନ୍ତି ଯେ, କୋଭିଡ୍ ମହାମାରୀର ଦ୍ୱିତୀୟ ଲହରୀ ଏବେ ଆସିଛି। ବିଭିନ୍ନ ଜିଲ୍ଲାରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ ମାମଲାର ମୁକାବିଲା ପାଇଁ ତୁରନ୍ତ କେତେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ସର୍ଭିଲାନ୍ସ ଓ ଆରଟିପିସିଆର ଟେଷ୍ଟ ବୃଦ୍ଧି କରିବାକୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ଫ୍ଲୁ ଜନିତ ଅସୁସ୍ଥତା(ଆଇଏଲଆଇ) ଓ ଗୁରୁତର ନିଶ୍ୱାସପ୍ରଶ୍ୱାସ ସମସ୍ୟା ବା ସଂକ୍ରମଣ(ଏସଏଆରଆଇ) ମାମଲା, ରେଡ୍ ଫ୍ଲାଗ୍ ଚିହ୍ନଟ ହୋଇଥିବା ଅଂଚଳ ଓ ରାଜ୍ୟରୁ ଆସୁଥିବା ଲୋକ ବା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ପ୍ରତ୍ୟେକ ସଂକ୍ରମଣ ମାମଲାର ୨୫ରୁ ୩୦ଟି କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ ଜୋନରେ ଥିବା ସବୁ ଲୋକଙ୍କ କୋଭିଡ୍ ପରୀକ୍ଷାକୁ ବୃଦ୍ଧି କରିବାକୁ ପଡ଼ିବ। ସମସ୍ତ ଆରଏଟି(ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ) ନେଗେଟିଭ ଲକ୍ଷଣ ଥିବା ମାମଲାକୁ ଆରଟିପିସିଆର କିଟ୍ ମାଧ୍ୟମରେ ପରୀକ୍ଷା କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଦିନ ନମୂନା(ସାମ୍ପୁଲ) ସଂଗ୍ରହ ହେବ, ତା’ପରଦିନ ସକାଳ ସୁଦ୍ଧା ଯେଭଳି ତାହା ଲାବ୍ରୋଟୋରୀରେ ପହଂଚିବ ତାହା ସୁନିଶ୍ଚିତ କରିବା ସହ ୪୮ଘଣ୍ଟା ମଧ୍ୟରେ ରିପୋର୍ଟ ଉପଲବ୍ଧ ହେବା ଦରକାର।

ଜିଲ୍ଲା କଣ୍ଟ୍ରୋଲ ରୁମକୁ ସକ୍ରିୟ କରି ସେଠାରେ ଆୟୁଷ ଡାକ୍ତରଙ୍କ ଟିମକୁ ମୁତୟନ କରାଯିବ। ସେମାନେ ଦୈନିକ ସଂକ୍ରମିତଙ୍କୁ କଲ୍ କରିବେ ଓ ଲୋକଙ୍କ କଲ୍ ରିସିଭ୍ କରି ସେମାନଙ୍କୁ ଚିକିତ୍ସା ପରାମର୍ଶ ଦେବେ। ସେମାନେ ବ୍ଲକ ଆରଆରଟି ଟିମ୍ ସହ ସମନ୍ୱୟ ରକ୍ଷା କରି ସଂକ୍ରମିତ ମାମଲାର ନିୟମିତ ତଦାରଖ କରିବେ। କୋଭିଡ୍ ଚିକିତ୍ସା ପ୍ରୋଟୋକଲ ଅନୁସାରେ ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ଆବଶ୍ୟକ ପଡ଼ିଲେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ଓ ପରିବହନ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲ, ସବଡିଭିଜନ ହସ୍ପିଟାଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୋଲେସନ୍ ସୁବିଧା ଉପଲବ୍ଧ କରାଇବା ଏବଂ ସ୍ୱଳ୍ପ ନୋଟିସରେ ଯେପରି ସରକାରୀ କୋଭିଡ୍ ହସ୍ପିଟାଲଗୁଡ଼ିକୁ ଅକ୍ସିଜେନ ଓ ଆଇସିୟୁ ସୁବିଧା ସହ ସକ୍ରିୟ କରିହେବ ସେଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ଆରଆରଟି ଟିମଗୁଡ଼ିକ ସମସ୍ତ ବ୍ଲକ ଓ ଜିଳ୍ଲାରେ ମୁତୟନ ହେବେ। ସେମାନେ କୋଭିଡ୍ ମାମଲାର ତଦାରଖ କରିବା ସହ ଫାଭିପିରାଭିର ସମେତ ଅନ୍ୟ ଔଷଧ ପ୍ରଦାନ କରିବେ। ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ସହ ଯୋଗାଯୋଗ କରି ପିପିଇ, ଟେଷ୍ଟ ସଂକ୍ରାନ୍ତ ସାମଗ୍ରୀ, ଔଷଧ, ଅକ୍ସିଜେନ୍ ଆଦି ସମସ୍ତ ଆନୁସଙ୍ଗିକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ରଖିବାକୁ କୁହାଯାଇଛି ।
କୋଭିଡ୍ ମାମଲାକୁ ପରିଚାଳନା ନିମନ୍ତେ ଆଇସିୟୁ, ଲେବର ରୁମ, ଓଟି, କାଜୁଆଲିଟି, ଡାୟାଲିସିସକୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରୋଟୋକଲ ଅନୁସାରେ ଚିକିତ୍ସା ଓ ସ୍ଥାନାନ୍ତର ସୁନିଶ୍ଚିତ କରାଇ ମୃତ୍ୟୁହାରକୁ ସର୍ବନିମ୍ନ କରିବା ସହ ଅଧିକ ସଂକ୍ରମିତ ଆଶଙ୍କା ଥିବା ଅଂଚଳରେ ପ୍ରାଥମିକତା ଭିତ୍ତିରେ ଟିକାକରଣ ବୃଦ୍ଧି ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୨ରେ ରାଜ୍ୟରେ ମୋଟ ୪୮୦ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଠିକ୍ ୪ମାସ ପରେ ଆଜି ମୋଟ ୪୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story