ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର କୋପ ଯୋଗୁ ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। କେତେ ସ୍କୁଲ, କଲେଜ ଖୋଲିବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହି ପାରୁ ନାହାନ୍ତି।
ଏପରି ସ୍ଥିତିରେ ପୂର୍ବରୁ ଜୁଲାଇ ୩୧ ତାରିଖ ଯାଏଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ ଥିବା ବେଳେ ଏବେ ତାହାକୁ ଅଗଷ୍ଟ ୩୧ ଯାଏ ଘୁଞ୍ଚାଇ ଦିଆଯାଇଛି। ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସବୁ ସ୍ପେଶାଲ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏ ନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅବଗତ କରାଇଛି। ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ଅଧିକ ବ୍ୟାପୁଛି। ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ପେଶାଲ ସ୍କୁଲ୍ଗୁଡ଼ିକୁ ଆଉ ମାସେ ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୨୩ଟି ଜିଲ୍ଲାରେ ୧୦୩ଟି ସ୍ପେଶାଲ ସ୍କୁଲ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।