ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି,  ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଆଦି ଜନଜାତି ବହୁଳ  ୯ଟି ଜିଲ୍ଲାକୁ ନେଇ ଗଠିତ ଏହି ପରିଷଦର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୯ଟି ଜିଲ୍ଲାର ୧୧୭ଟି ବ୍ଲକକୁ ବାର୍ଷିକ ଦେଢ କୋଟି  ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ଏବଂ ଏଥିପାଇଁ ବର୍ଷକୁ  ୧୭୫ […]

nnn

Rakesh Mallick
  • Published: Friday, 09 March 2018
  • , Updated: 09 March 2018, 07:23 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି,  ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଆଦି ଜନଜାତି ବହୁଳ  ୯ଟି ଜିଲ୍ଲାକୁ ନେଇ ଗଠିତ ଏହି ପରିଷଦର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୯ଟି ଜିଲ୍ଲାର ୧୧୭ଟି ବ୍ଲକକୁ ବାର୍ଷିକ ଦେଢ କୋଟି  ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ଏବଂ ଏଥିପାଇଁ ବର୍ଷକୁ  ୧୭୫ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ  ଅଟକଳ କରାଯାଇଛି। ଏହି  ପରିଷଦ ଦ୍ୱାରା ୧୪ଲକ୍ଷ ଜନଜାତି ପରିବାର ଉପକୃତ ହେବେ ବୋଲି  ସରକାର ଆଶା ରଖିଛନ୍ତି।

Related story