ମହାଲକ୍ଷ୍ମୀଙ୍କ ପ୍ରେମପତ୍ର ପଢି ହରଣ କରନ୍ତି ମହାପ୍ରଭୁ

ପୁରୀ(ଓଡିଶା ରିପୋର୍ଟର): ଆଜି ହେଉଛି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଜି ହେଉଛି ବିବାହର ଦିନ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ବିବାହ ଉତ୍ସବକୁ ବଡ ଧୂମ୍‌ ଧାମ୍‌ରେ ପାଳନ କରାଯାଇଥାଏ। ସବୁ ମାନବୀୟ ଲୀଳା ଭଳି ଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ ମଧ୍ୟ ସୁନ୍ଦର ଢଙ୍ଗରେ ଶ୍ରୀ ମନ୍ଦିର ପରିସରରେ ପାଳିତ ହୋଇଥାଏ। କେମିତି ହୁଏ ବାହାଘର- ଶ୍ରୀମନ୍ଦିରରେ ପୂଜିତ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ଚଳନ୍ତି ପ୍ରତିମା ମଦନ ମୋହନ ଓ ମହାଲକ୍ଷ୍ମୀଙ୍କ […]

kalia

kalia

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 09:54 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଆଜି ହେଉଛି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଜି ହେଉଛି ବିବାହର ଦିନ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ବିବାହ ଉତ୍ସବକୁ ବଡ ଧୂମ୍‌ ଧାମ୍‌ରେ ପାଳନ କରାଯାଇଥାଏ। ସବୁ ମାନବୀୟ ଲୀଳା ଭଳି ଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ ମଧ୍ୟ ସୁନ୍ଦର ଢଙ୍ଗରେ ଶ୍ରୀ ମନ୍ଦିର ପରିସରରେ ପାଳିତ ହୋଇଥାଏ।

କେମିତି ହୁଏ ବାହାଘର- ଶ୍ରୀମନ୍ଦିରରେ ପୂଜିତ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ଚଳନ୍ତି ପ୍ରତିମା ମଦନ ମୋହନ ଓ ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମା ଶ୍ରୀଦେବୀଙ୍କ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କୁ କୃଷ୍ଣ ଭାବେ ଓ ଶ୍ରୀଦେବୀଙ୍କୁ ଦେବୀ ରୁକ୍ମିଣୀ ଭାବେ ପରିକଳ୍ପନା କରାଯାଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଦ୍ୱାପରର ରୋଚକ ରୁକ୍ମିଣୀ ହରଣ କାହାଣୀ ଏଠାରେ ନିଆରେ ଢଙ୍ଗରେ ସମ୍ପାଦିତ ହୋଇଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ବାହାଘର ସମ୍ପର୍କରେ କିଛିଟା ରୋଚକ କଥା।

ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମା’ ଶ୍ରୀଦେବୀ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥାନ୍ତି। ସେଠାରେ ଶ୍ରୀଦେବୀଙ୍କୁ ପଞ୍ଚାମୃତ ମହାସ୍ନାନ କରାଯାଇ ମାଜଣା ଓ ବନକ ଲାଗି କରି ବେଶ କରାଯାଏ। ଏହି ବେଶ ହେବା ସମୟରେ ତଢ଼ାଉ କରଣ ସେବକ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣ ଚିଟାଉ ଲେଖନ୍ତି। ଏହି ଚିଟାଉ ବ୍ରାହ୍ମଣ ବେଶରେ ଥିବା ଜଣେ ସେବକ ନେଇ ଜୟବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି।

ଜାଣିଛନ୍ତି, ଏହି ଚିଟାଉରେ ମହାପ୍ରଭୁଙ୍କ ନିକଟକୁ ମା’ ଲକ୍ଷ୍ମୀ ଚିଠି ଲେଖି ପ୍ରେମ ନିବେଦନ କରିଥାନ୍ତି। ଜଗନ୍ନାଥଙ୍କ ହାତରୁ ଆଜ୍ଞାମାଳ ପ୍ରାପ୍ତ ହୋଇଥିବା ଶ୍ରୀମଦନମୋହନଙ୍କ ନିକଟରେ ଏହି ଚିଟାଉ ପାଠ କରାଯାଏ। ଏହାପରେ ଶ୍ରୀମଦନମୋହନ ଏକ ରଥରେ ବିଜେ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରନ୍ତି। ଏଠାରେ ପୂର୍ବରୁ ଆସି ପହଞ୍ଚିଥିବା ମା’ ଶ୍ରୀଦେବୀଙ୍କୁ  ହରଣ କରି ନିଅନ୍ତି ମଦନ ମୋହନ। ଏପରିକି ଶିଶୁପାଳ ରୂପି ଜଣେ ସେବକଙ୍କୁ ମହାପ୍ରଭୁ ବନ୍ଦି କରିବାର ନୀତି ମଧ୍ୟ ସମ୍ପାଦିତ ହୁଏ। ଶେଷରେ ବିବାହ ମଣ୍ଡପରେ ମହାପ୍ରଭୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos