ହଜିଯାଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି: ପରିଚାଳନା କମିଟି ବୈଠକରେ  ହଟଚମଟ

ପୁରୀ(ଓଡିଶା ରିପୋର୍ଟର): ହଜି ଯାଇଛି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି । ଓଟିଭିର ହସ୍ତଗତ ହୋଇଥିବା ଏପ୍ରିଲ ୪ ପରିଚାଳନା କମିଟି  ବୈଠକ ବିବରଣୀର ନକଲରେ ପରିଚାଳନା କମିଟି ସଦସ୍ୟ, ଏପରିକି ନିଜେ ଗଜପତି  ମହାରାଜ ବି ଚାବି ହଜିବା ବିଷୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିବା ଉଲ୍ଲେଖ ରହିଛି।    ରତ୍ନଭଣ୍ଡାର ସ୍ଥିତି ଯାଞ୍ଚବେଳେ ମନ୍ଦିର ପ୍ରଶାସନ ଦେଇଥିବା ଚାବି ଭୁଲ୍ ବୋଲି  ଯାଞ୍ଚ ଟିମ୍  ସଦସ୍ୟ କହିବା ପରେ କଥା ପଦାକୁ ଆସିଥିଲା,  ଯାହା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷା ନେଇ  ବଡ଼ ପ୍ରଶ୍ନ ଠିଆ କରିଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚବେଳେ କାହିଁକି ଭିତର ଭଣ୍ଡାରକୁ ପଶି ପାରି  ନ ଥିଲେ ଟିମ୍ । ଭଣ୍ଡାର ଚାବି ନ ଖୋଲି ଲୁହା ଜାଲି ବାଟେ ସର୍ଚ୍ଚ ଲାଇଟ୍ରେ  ହୋଇଥିଲା ସ୍ଥିତି ଅନୁଧ୍ୟାନ । ଏପ୍ରିଲ  ୪ରେ ରତ୍ନଭଣ୍ଡାର ଯାଞ୍ଚ ପରେ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀ  ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା  ସଭ୍ୟମାନେ ଭିତର ଭଣ୍ଡାର ଦ୍ୱାର ଗ୍ରୀଲରେ ୩ଟି ତାଲା ପଡ଼ିଥିବା ଦେଖିଥିଲେ ଯେଉଁଥିରୁ  ଗୋଟିଏ ତାଲା ଜଉମୁଦ ଦିଆଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଚାବିକାଠି ସେ  ତାଲାର ନୁହେଁ ବୋଲି ଅନୁଭବ ହେବାରୁ ବିନା ପରିଚାଳନା କମିଟି ଅନୁମୋଦନରେ ତାଲା  ନ ଭାଙ୍ଗି  ଗ୍ରୀଲ ଏପଟୁ ଥାଇ ଭିତର ସ୍ଥିତି ପରଖିଥିଲେ ।

କେଉଁ ପରିସ୍ଥିତିରେ  ଦିଆଯାଇଥିଲା ଭୁଲ୍ ଚାବି, ତାକୁ ନେଇ ବି ବୈଠକରେ ତନାଘନା ହୋଇଥିଲା । ପୁରୀ ଜିଲ୍ଲାପାଳ  କହିଥିଲେ, ଟ୍ରେଜେରୀରେ ଥିବା ସବୁ ଟ୍ରେଜରିକୁ  ସେ ପୁଙ୍ଖାନୁପୁଙ୍ଖ ଭାବେ ଖୋଜିଥିଲେ      । ୧୯୭୦ ମସିହାରୁ ଭିତର ଭଣ୍ଡାର ଚାବି ଜମା ରହିବା କିମ୍ବା ପରେ ଟ୍ରେଜେରୀରୁ ଚାବି  ଅଣାଯିବାର କୌଣସି ପ୍ରମାଣ ପାଇ ନ ଥିଲେ। ତେଣୁ ଚାବି ହଜି ଯାଇଥିବା ଏକପ୍ରକାର ସ୍ପଷ୍ଟ  ହୋଇଥିଲା। ଯାହାଶୁଣି ପରିଚାଳନା କମିଟି ସଭ୍ୟ ଓ ଗଜପତି ମହାରାଜ ଆଶ୍ଚର୍ଯ୍ୟ ପ୍ରକଟ  କରିଥିଲେ ।

ଏବେ ପ୍ରଶ୍ନ ଉଠୁଛି ଯଦି ଭିତର ଭଣ୍ଡାର ଚାବି ନ ମିଳେ ଆଗକୁ କଣ କରାଯିବ। ବୈଠକରେ ଏହା ଉପରେ  ବି ହୋଇଥିଲା ଆଲୋଚନା । ଯେଉଁଥିରେ ଚାବି ଭଙ୍ଗାଯିବା ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର  ପରିଚାଳନା କମିଟିର ପରବର୍ତ୍ତୀ ବୈଠକରେ ଆଲୋଚନା ପାଇଁ ସମସ୍ତେ ଏକମତ ହୋଇଥିଲେ ।  ଯେହେତୁ ପ୍ରତି ୩ବର୍ଷରେ ବାହାର ଓ ଭିତର ଭଣ୍ଡାରର ଅଳଙ୍କାର ଓ ଅନ୍ୟ ଦ୍ରବ୍ୟର  ତାଲିକା ପ୍ରସ୍ତୁତ ପାଇଁ ଶ୍ରୀମନ୍ଦିର ଆଇନରେ ଉଲ୍ଲେଖ ଅଛି, ତେଣୁ ତାକୁ ନିୟମିତ କାର୍ଯ୍ୟକାରୀ  କରିବାକୁ ସଭ୍ୟମାନେ ମତ ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଶ୍ରୀମନ୍ଦିର ଆଇନରେ  ତିନି ବର୍ଷରେ ଥରେ ତାଲିକା କରିବାକୁ ବ୍ୟବସ୍ଥା ଥିଲା ତାହାଲେ ତାହା କାର୍ଯ୍ୟକାରୀ ହେଉ ନ ଥିଲା  କାହିଁକି।  ଏହା ପଛରେ ଚାବି ହଜିବା କାରଣ ନଥିଲା ତ ?

Ordigital Desk
• Published: Friday, 01 June 2018
• Updated: 01 June 2018, 08:50 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos