ଟ୍ୱିନ୍‌ସିଟିରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ ଯିବ। କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଟ୍ରେନ୍‌ଟି ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। କଟକରୁ ୨ଟା […]

train

Manoranjan Sial
  • Published: Saturday, 29 February 2020
  • , Updated: 29 February 2020, 03:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ ଯିବ। କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଟ୍ରେନ୍‌ଟି ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। କଟକରୁ ୨ଟା ୪୦ରେ ଛାଡ଼ି ସଂଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳ ବିଭାଗ।

କଟକ-ଭୁବନେଶ୍ୱର ଜନ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇ ସହର ଭିତରେ ଦୂରତା କମାଇବା ପାଇଁ ଏହି ଟ୍ରେନ୍‌ ବେଶ ସହାୟକ ହେବ।

Related story