ହାତରେ ପେଡାଲ ମାରି ଝିଅଙ୍କୁ ସ୍କୁଲ ଛାଡ଼ିବାକୁ ଯାଉଛନ୍ତି ଭିନ୍ନକ୍ଷମ ବାପା

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଟ୍ରାଇ ସାଇକେଲ ପଛରେ ଛିଡ଼ା ହୋଇଛି ଝିଅ। ଆଉ ହାତରେ ପେଡାଲ ମାରି ଝିଅଙ୍କୁ ସ୍କୁଲ ଛାଡିବାକୁ ଯାଉଛନ୍ତି ଭିନ୍ନକ୍ଷମ ବାପା। ବାଲେଶ୍ୱର ସହର ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ ପ୍ରତିଦିନ ଏଭଳି ଭାବେ ୫ କିମି ଦୂରରେ ଥିବା ସ୍କୁଲକୁ ଝିଅକୁ ଛାଡିବାକୁ ଯାଉଛନ୍ତି। ଗଜେନ୍ଦ୍ର ପ୍ରଧାନ। ସେ ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କର ପରିବାର କହିଲେ ସ୍ତ୍ରୀ ଓ ତିନି ଝିଅ। ନିଜେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଶିକ୍ଷାର ମହତ୍ତ୍ୱ ଓ […]

handicapped father and daughter

Madhupriya Mistry
  • Published: Monday, 27 June 2022
  • , Updated: 27 June 2022, 01:17 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଟ୍ରାଇ ସାଇକେଲ ପଛରେ ଛିଡ଼ା ହୋଇଛି ଝିଅ। ଆଉ ହାତରେ ପେଡାଲ ମାରି ଝିଅଙ୍କୁ ସ୍କୁଲ ଛାଡିବାକୁ ଯାଉଛନ୍ତି ଭିନ୍ନକ୍ଷମ ବାପା। ବାଲେଶ୍ୱର ସହର ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ ପ୍ରତିଦିନ ଏଭଳି ଭାବେ ୫ କିମି ଦୂରରେ ଥିବା ସ୍କୁଲକୁ ଝିଅକୁ ଛାଡିବାକୁ ଯାଉଛନ୍ତି।

ଗଜେନ୍ଦ୍ର ପ୍ରଧାନ। ସେ ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କର ପରିବାର କହିଲେ ସ୍ତ୍ରୀ ଓ ତିନି ଝିଅ। ନିଜେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଶିକ୍ଷାର ମହତ୍ତ୍ୱ ଓ ଆବଶ୍ୟକତାକୁ ଅନୁଭବ କରିଛନ୍ତି ଗଜେନ୍ଦ୍ର। ତିନି ଝିଅଙ୍କୁ ମଣିଷ କରିବାକୁ ଜାରି ରଖିଛନ୍ତି ଉଦ୍ୟମ।

ଅନ୍ୟ ବାପା ମା'ମାନେ ନିଜ ପିଲାଙ୍କୁ ରାତିପାହିଲେ ମଟୋର ସାଇକେଲରେ ହେଉ କିମ୍ବା କାର୍‌ ଓ ବସ୍‌ରେ ସ୍କୁଲକୁ ପଠାଉ ଥିବା ଦେଖିବାକୁ ମିଳେ। ହେଲେ ଗଜେନ୍ଦ୍ର କିନ୍ତୁ ୮ ବର୍ଷର ଝିଅକୁ ନିଜର ଟ୍ରାଇ ସାଇକେଲର ପଛରେ ଛିଡା କରାଇ ବାହାରିପଡନ୍ତି ସ୍କୁଲକୁ। ୪ରୁ ୫ କିଲୋମିଟର ବାଟ ଗଜେନ୍ଦ୍ର ସେହି ଟ୍ରାଇ ସାଇକେଲର ପଛରେ ଅତି ହୁସିଆରୀ ସହ ଝିଅକୁ ଛିଡା କରାଇ ଏଡିଏମ ଛକରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ନେଇ ଛାଡନ୍ତି।  ସ୍କୁଲ ଛୁଟି ହେଲେ ପୁଣି ଆଣିବାକୁ ମଧ୍ୟ ଯାଆନ୍ତି।

ଆର୍ଥିକ ଅନାଟନରେ ବୁଡି ରହିଥିବା ଦିବ୍ୟାଙ୍ଗ ଗଜେନ୍ଦ୍ର ତିନିଝିଅକୁ ନେଇ ଚଳିବା କଷ୍ଟକର ହୋଇପଡିଛି। ସେ ନିଜେ ଜଣେ ଶିକ୍ଷିତ। ରାସନ ଡିଲର କରିଛନ୍ତି ସତ, ହେଲେ ଋଣରେ ବୁଡି ରହିଥିବାରୁ ଝିଅପାଇଁ ୧୨ଶହ ଟଙ୍କା ମାସିକ ଗାଡି ଭଡା ଦେବାକୁ ସେ ସକ୍ଷମ ନୁହନ୍ତି। ଏଥିପାଇଁ ଯେତେକଷ୍ଟ ହେଲେ ମଧ୍ୟ ସେ ପ୍ରତିଦିନ ନିଜେ ଟ୍ରାଇ ସାଇକେଲ ଧରି ଝିଅକୁ ସ୍କୁଲ ଛାଡିବାକୁ ଯାଆନ୍ତି। ତେଣୁ ପ୍ରଶାସନ ନିକଟରେ ଏକ ବ୍ୟାଟେରୀ ଚାଳିତ ଗାଡି ଯୋଗାଇଦେବା ପାଇଁ ସେ ଅନୁରୋଧ କରିଛନ୍ତି।

https://youtu.be/0tKessav_Yc

Related story