ଖାଲିପଡ଼ିଥିବା ସିଟ୍ ଲାଗି ଆଜିଠୁ ସ୍ପଟ ଆଡମିସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍  ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିସନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ। ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍‌ଲାଇନରେ ଆଡମିସନ ଫି’ ଡିପୋଜିଟ କରିବେ। ୨୩ ତାରିଖରେ ନାମଲେଖା ହେବ। ଆସନ୍ତା ୨୪ତାରିଖରୁ […]

student

Jyoshna Pradhan
  • Published: Friday, 16 August 2019
  • , Updated: 16 August 2019, 08:00 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍  ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିସନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ। ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍‌ଲାଇନରେ ଆଡମିସନ ଫି’ ଡିପୋଜିଟ କରିବେ।

୨୩ ତାରିଖରେ ନାମଲେଖା ହେବ। ଆସନ୍ତା ୨୪ତାରିଖରୁ ପାଠପଢ଼ା ଆରମ୍ଭ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ନାମଲେଖା ହୋଇଥିବା ବେଳେ ଅନେକ କଲେଜରେ ସିଟ୍ ଖାଲିପଡ଼ିଛି। ଏଗୁଡ଼ିକ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।

Related story