ଭୁବନେଶ୍ୱରରେ ଉପଲବ୍ଧ ହେଲା ସ୍ପୁଟନିକ୍‌-ଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଭୁବନେଶ୍ୱରରେ ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି ଉପଲବ୍ଧ ହୋଇଛି। କୋୱିନ୍ ୱେବସାଇଟ୍ ଅନୁସାରେ, ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍‌-ଭି ଟିକା ପାଇଁ ସ୍ଲଟ ଉନ୍ମୁକ୍ତ ହୋଇଛି। ଆସନ୍ତା ମଙ୍ଗଳବାରଠୁ ଏହି ସ୍ଲଟ୍ ନିମନ୍ତେ ପଞ୍ଜିକରଣ କରାଯିବ ବୋଲି ହସ୍ପିଟାଲ ପକ୍ଷର ସୂଚନା ମିଳିଛି। ଏବେ ସ୍ପୁଟନିକ୍ ଭି ଟିକା ପାଇଁ ୧୧୪୫ଟଙ୍କା ଦେବାକୁ ପଡ଼ିବ। ୧୮ରୁ ୪୪ବର୍ଷ ବୟସର […]

sputnik-v

sputnik-v

Ordigital Desk
  • Published: Monday, 28 June 2021
  • Updated: 28 June 2021, 10:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଭୁବନେଶ୍ୱରରେ ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି ଉପଲବ୍ଧ ହୋଇଛି।

କୋୱିନ୍ ୱେବସାଇଟ୍ ଅନୁସାରେ, ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍‌-ଭି ଟିକା ପାଇଁ ସ୍ଲଟ ଉନ୍ମୁକ୍ତ ହୋଇଛି। ଆସନ୍ତା ମଙ୍ଗଳବାରଠୁ ଏହି ସ୍ଲଟ୍ ନିମନ୍ତେ ପଞ୍ଜିକରଣ କରାଯିବ ବୋଲି ହସ୍ପିଟାଲ ପକ୍ଷର ସୂଚନା ମିଳିଛି। ଏବେ ସ୍ପୁଟନିକ୍ ଭି ଟିକା ପାଇଁ ୧୧୪୫ଟଙ୍କା ଦେବାକୁ ପଡ଼ିବ।

୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଏହି ଟିକା ମିଳିପାରିବ। ଡଃ ରେଡ୍ଡୀ ଲ୍ୟାବ୍ ଦ୍ୱାରା ଏହି ସ୍ପୁଟନିକ-ଭି ଟିକା ଭାରତରେ ଉପଲବ୍ଧ ହେଉଛି। ସୂଚନାଯୋଗ୍ୟ, ଅନ୍ୟ ଘରୋଇ ହସ୍ପିଟାଲରେ ମଧ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଉପଲବ୍ଧ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos