ବାତ୍ୟାକୁ ନେଇ ମିଛ ଖବର ପ୍ରସାରଣ ନକରୁ ଗଣମାଧ୍ୟମ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ବର୍ଗର ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ବାତ୍ୟା ସଂକ୍ରାନ୍ତ ଖବର ପ୍ରସାରଣ କରିବାକୁ ରାଜ୍ୟ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଅନୁରୋଧ କରିଛନ୍ତି। ଏକ ପ୍ରାକ୍ ମଡେଲ୍ ଆଧାରରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ବାତ୍ୟାକୁ ନେଇ ଯେଉଁ ସବୁ ଖବର ପ୍ରସାରଣ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ସେଭଳି କୌଣସି ପୂର୍ବ ଅନୁମାନ କରିନାହିଁ ବୋଲି […]

pradeep-jena

pradeep-jena

Ordigital Desk
  • Published: Wednesday, 19 May 2021
  • Updated: 19 May 2021, 09:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ବର୍ଗର ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ବାତ୍ୟା ସଂକ୍ରାନ୍ତ ଖବର ପ୍ରସାରଣ କରିବାକୁ ରାଜ୍ୟ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଅନୁରୋଧ କରିଛନ୍ତି। ଏକ ପ୍ରାକ୍ ମଡେଲ୍ ଆଧାରରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ବାତ୍ୟାକୁ ନେଇ ଯେଉଁ ସବୁ ଖବର ପ୍ରସାରଣ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ସେଭଳି କୌଣସି ପୂର୍ବ ଅନୁମାନ କରିନାହିଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।

ଏସଆରସି ଶ୍ରୀ ଜେନା ଆଜି ଏକ ଭିଡିଓ ସନ୍ଦେଶ ଜାରି କହିଛନ୍ତି ଯେ, ଏକ ପ୍ରାକ୍ ମଡେଲ୍‌କୁ ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଭାଗରେ ୨୨ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ୨୫ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନିଏ ତା’ହେଲେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। କିନ୍ତୁ ଏହି ଲଘୁଚାପର ସ୍ଥିତି ଓ ରୂପରେଖ କ’ଣ ହେବ, ତାହା ପ୍ରକୃତରେ ବାତ୍ୟାର ରୂପ ନେବକି ନାହିଁ, ଯଦି ନେବ କେଉଁ ଦିଗରେ ଗତି କରିବ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କୌଣସି ଆକଳନ କରିନି।

ତେବେ ଗଣମାଧ୍ୟମରେ ବିଶେଷକରି କିଛି ଟିଭି ଚ୍ୟାନେଲ ଓ ୱେବପୋର୍ଟାଲରେ ବାତ୍ୟାକୁ ନେଇ ଯେଉଁ ଖବର ପ୍ରକାଶ କରାଯାଉଛି ତାକୁ ନାପସନ୍ଦ କରି ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟାର ସମ୍ଭାବନାକୁ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କୌଣସି ତଥ୍ୟ ଦେଇନାହାନ୍ତି। ଗଣମାଧ୍ୟମଗୁଡ଼ିକ ବାତ୍ୟା ଖବର ପ୍ରସାରଣବେଳେ ସମ୍ବେଦନଶୀଳ ଓ ଦାୟିତ୍ୱବାନ୍ ହେବାର ଆବଶ୍ୟକତା ରହିଛି।

ଏପର୍ଯ୍ୟନ୍ତ ଏକ ପ୍ରାକ୍ ମଡେଲ୍‌କୁ ଆକଳନ କରାଯାଉଛି। ଏହି ଲଘୁଚାପ ସମ୍ପର୍କରେ ସେ ନିଜେ ବ୍ୟକ୍ତିଗତ ଭାବେ ଆଜି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ଭୁବନେଶ୍ୱର ପାଣିପାଗ ନିର୍ଦ୍ଦେଶକ, ମୁଣ୍ଡଳୀସ୍ଥିତ ଏନଡିଆରଏଫ ମୁଖ୍ୟ, ଓଡ୍ରାଫ ମୁଖ୍ୟ, ଅଗ୍ନିଶମ ସେବା ଡିଜିଙ୍କ ସହ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏବେ କେବଳ ପ୍ରାକ୍ ମଡେଲକୁ ନେଇ ବାତ୍ୟା ସମ୍ପର୍କରେ ଚର୍ଚ୍ଚା ହେବା ଉଚିତ୍ ନୁହେଁ। ପାଣିପାଗ ବିଭାଗ ମଧ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି ।

ଆଉ ଯଦି ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନିଏ ଓ ସ୍ଥଳଭାଗ ଛୁଏଁ ତା’ହେଲେ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଜିଲ୍ଲାଗୁଡ଼ିକ ସବୁବେଳେ ଏସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଥାନ୍ତି। ଏସଆରସି ଶ୍ରୀ ଜେନା, ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, ଯଦି ବାତ୍ୟା ଆସେ ସେଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କାହାରି କିଛି ଅସୁବିଧା ହେବ ନାହିଁ ବୋଲି ସେ ଆଶ୍ୱସ୍ତ କରାଉଛନ୍ତି।

ଏହି ପ୍ରାକ୍ ମଡେଲକୁ ନେଇ ସତର୍କ ରହିବା ଓ ଆଗୁଆ ପଦକ୍ଷେପ ନେବା ପାଇଁ ଏସଆରସି ଶ୍ରୀ ଜେନା ଆଜି ଉପକୂଳ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବ ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଯେଉଁମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି ସେମାନଙ୍କୁ ୨୨ତାରିଖ ସନ୍ଧ୍ୟା କିମ୍ବା ୨୩ତାରିଖ ସକାଳ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଏନେଇ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story