‘ତିତ୍‌ଲି’ ପାଇଁ ହେଲ୍‌ପ ଲାଇନ୍ ନମ୍ବର ଜାରି କଲେ ଏସ୍‌ଆର୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ଏହା ସ୍ଥଳଭାଗ ଛୁଇଁଛି। ଏବେ ଗୋପାଳପୁରରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଛି। ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି। ଏହାର ପ୍ରଭାବରେ ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲା ବର୍ଷା ଓ ପବନ ହେଉଛି। ପୂର୍ବ ସୂଚନା ଅନୁଯାୟୀ ତିତ୍‌ଲିର ପ୍ରଭାବରେ ଆଜି ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ। ‘ତିତ୍‌ଲି’ […]

titli

Jitendra Garnayak
  • Published: Thursday, 11 October 2018
  • , Updated: 11 October 2018, 07:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ଏହା ସ୍ଥଳଭାଗ ଛୁଇଁଛି। ଏବେ ଗୋପାଳପୁରରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଛି। ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି। ଏହାର ପ୍ରଭାବରେ ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲା ବର୍ଷା ଓ ପବନ ହେଉଛି। ପୂର୍ବ ସୂଚନା ଅନୁଯାୟୀ ତିତ୍‌ଲିର ପ୍ରଭାବରେ ଆଜି ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ।

‘ତିତ୍‌ଲି’ ଯେଉଁ ଯେଉଁ ଜିଲ୍ଲା ଦେଇ ଅତିକ୍ରମ କରିବ ସେଠାରେ ପବନର ବେଗ ବଢ଼ିବ। ତିତ୍‌ଲି ପ୍ରଭାବରେ ବିଭିନ୍ନ ପ୍ରକାର କ୍ଷତି ହେବାର ଆଶଙ୍କା ରହିଛି। ଯେମିତି କି ଘରର ଛାତ ଉଡ଼ିଯିବ। ଗଛ ଉପୁଡ଼ିବ। ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହେବ। ରାସ୍ତାଘାଟ କ୍ଷତିଗ୍ରସ୍ତ ହେବ। ବନ୍ୟା ବି ଆସିପାରେ।

ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ହେଲ୍‌ପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ଏସ୍‌ଆର୍‌ସିଙ୍କ କଣ୍ଟ୍ରୋଲ୍ ରୁମ୍‌ର ହେଲ୍‌ପ ଲାଇନ୍ ନମ୍ବର ହେଉଛି ୧୦୭୦। ସେହିପରି ଜିଲ୍ଲା କଣ୍ଟ୍ରୋଲ୍‌ ରୁମ୍‌ର ହେଲ୍‌ପ ଲାଇନ୍ ନମ୍ବର ହେଉଛି ୧୦୭୭।

‘ତିତ୍‌ଲି’ ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଏହି ନମ୍ବରରେ ଫୋନ୍ କରନ୍ତୁ।

Related story