ଶ୍ରୀଜିଉଙ୍କ ସ୍ଥାନାନ୍ତର ପ୍ରସଙ୍ଗ: ଆଜି ବସିବ ଏଏସଆଇ ବୈଷୟିକ କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଲାଗି ଶ୍ରୀଜିଉଙ୍କ ସ୍ଥାନାନ୍ତର ଲାଗି ଆଜି ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଭୁବନେଶ୍ୱରେ ହେବାକୁ ଥିବା ଏହି ବୈଠକରେ ସାଇଣ୍ଟିଫିକ ଟିମ ସଦସ୍ୟମାନେ ଉପସ୍ଥିତ ରହିବେ। ଜଗମୋହନ ମରାମତି ପାଇଁ କ’ଣ କରାଯିବା ଦରକାର ସେ ନେଇ କମିଟି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର ନେଇ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଏ ନେଇ […]

puri

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 02:20 AM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଲାଗି ଶ୍ରୀଜିଉଙ୍କ ସ୍ଥାନାନ୍ତର ଲାଗି ଆଜି ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଭୁବନେଶ୍ୱରେ ହେବାକୁ ଥିବା ଏହି ବୈଠକରେ ସାଇଣ୍ଟିଫିକ ଟିମ ସଦସ୍ୟମାନେ ଉପସ୍ଥିତ ରହିବେ। ଜଗମୋହନ ମରାମତି ପାଇଁ କ’ଣ କରାଯିବା ଦରକାର ସେ ନେଇ କମିଟି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର ନେଇ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା କରାଯାଇଥିଲା। ଯଦି ଶ୍ରୀଜୀଉଙ୍କୁ ସ୍ଥାନାନ୍ତର କରାଯାଏ, ତେବେ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ଓ ସେଠାରେ ମହାପ୍ରଭୁଙ୍କର ନୀତିକାନ୍ତି କିଭଳି କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଏ ନେଇ ବିଭିନ୍ନ ନିଯୋଗ ପକ୍ଷରୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା।

Related story