ପ୍ରଦେଶ କଂଗ୍ରେସର ସବୁ କମିଟିରୁ ଶ୍ରୀକାନ୍ତଙ୍କ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ଇସ୍ତାହାର କମିଟିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଅପସାରଣ କରାଯିବା ପରେ ସେ ପ୍ରଦେଶ କମିଟିର ସବୁ କମିଟିରୁ ଶ୍ରୀକାନ୍ତ ଇସ୍ତଫା ଦେଇ ଦେଇଛନ୍ତି। ତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେ ନିଜ ଆଡୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଇସ୍ତାହାର କମିଟିରୁ ଯିବା ପରେ ଶ୍ରୀକାନ୍ତ ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ। […]

srikanta

Jitendra Garnayak
  • Published: Sunday, 09 December 2018
  • , Updated: 09 December 2018, 10:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ଇସ୍ତାହାର କମିଟିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଅପସାରଣ କରାଯିବା ପରେ ସେ ପ୍ରଦେଶ କମିଟିର ସବୁ କମିଟିରୁ ଶ୍ରୀକାନ୍ତ ଇସ୍ତଫା ଦେଇ ଦେଇଛନ୍ତି। ତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେ ନିଜ ଆଡୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ଇସ୍ତାହାର କମିଟିରୁ ଯିବା ପରେ ଶ୍ରୀକାନ୍ତ ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ। ଏହି ଦୁଇଟି କମିଟିର ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏହାସହ ନିଜ ଇସ୍ତଫା ସମ୍ପର୍କରେ ସେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଅବଗତ କରିଥିବା ସୂଚନା ମିଳିଛି।

ଗତ ଗୁରୁବାର ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏପରିକି ଇସ୍ତାହାର କମିଟିର ୧୦ ଜଣିଆ ସଦସ୍ୟଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ରଖାଯାଇ ନଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳା କାର୍ଯ୍ୟ ପାଇଁ ତାଙ୍କୁ ହଟା ଯାଇଥିବା ଓ ଏପରି କାର୍ଯ୍ୟକଳାପକୁ ଦଳରେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।

ତଥାପି ଶ୍ରୀକାନ୍ତ ପୁଣିଥରେ ଗଣମାଧ୍ୟମରେ ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିବା ପରେ ଉଭୟ ମୁହାମୁହିଁ ସ୍ଥିତିକୁ ଆସିଥିଲେ। ଯିଏ ବିଶୃଙ୍ଖଳା କରିବ ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ନିରଞ୍ଜନ କଡ଼ା ତାଗିଦ୍ କରିଥିଲେ। ତେବେ ଏସବୁ ଘଟଣାରେ ଶ୍ରୀକାନ୍ତ ଦଳରେ ଏକଘରିକିଆ ହୋଇପଡ଼ିବା ପରେ ଆଜି ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଅବଶ୍ୟ ସେ ଏବେ ବି ଦଳର ପ୍ରାଥମିକ ସଦସ୍ୟ ଅଛନ୍ତି ବୋଲି କହିଛନ୍ତି

ଶ୍ରୀକାନ୍ତଙ୍କ ଇସ୍ତଫା ପରେ ନିରଞ୍ଜନ ଓ ତାଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଅଧିକ ଉଗ୍ରରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି।

ସେପଟେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି କହିଛନ୍ତି। ଶ୍ରୀକାନ୍ତ ଇସ୍ତଫଶ ଦେଇଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ ପ୍ରକାଶ କରିଛନ୍ତି।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଶ୍ରୀକାନ୍ତଙ୍କୁ ପରାମର୍ଶ ଦେଇ ଏପରି ସମୟରେ କୌଣସି ନିଷ୍ପତ୍ତି ନନେବାକୁ କହିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ପଦପଦବୀରୁ ଇସ୍ତଫା ଦେବା ସମୟୋପଯୋଗୀ ନୁହେଁ। କଂଗ୍ରେସ ଅନ୍ୟ ରାଜ୍ୟରେ ଭଲ କରୁଛି। ଅନୁରୋଧ ଆଉ ପଦକ୍ଷେପ ନନେଇ ମନ ପରିବର୍ତ୍ତନ କଲେ ଦଳର ଉନ୍ନତି ହେବ। ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ପଦକ୍ଷେପ ନେବା ଉଚିତ ନୁହେଁ।”

https://youtu.be/hL0rrSk5FjQ

 

Related story