ବିଶ୍ୱ ଐତିହ୍ୟ ସହର ପାଲଟିବ ଶ୍ରୀକ୍ଷେତ୍ର, ଶ୍ରୀସେତୁ ପାଇଁ ଆରମ୍ଭ ହେଲା ଅଭିଯାନ

ପୁରୀ (ଓଡ଼ିଶା ରିପୋର୍ଟର): ବିଶ୍ୱ ଐତିହ୍ୟ ସହରରେ ପରିଣତ ହେବ ଶ୍ରୀକ୍ଷେତ୍ର ପୁରୀ। ବଦଳିବ ଢାଞ୍ଚା, ନିଆଯିବ ନାନା ବିକାଶମୂଳକ ପଦକ୍ଷେପ। ରାଜ୍ୟ ତଥା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କରାଯାଇଛି। ଏବେ ଶ୍ରୀସେତୁ ନେଇ ଆରମ୍ଭ ହୋଇଛି ଅଭିଯାନ। ଏନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ ହେବା ସହ ନୋଟିସ ଜାରି ହୋଇଛି। ଭୂମି […]

puri

Manoranjan Sial
  • Published: Tuesday, 17 December 2019
  • , Updated: 17 December 2019, 06:58 PM IST

ପୁରୀ (ଓଡ଼ିଶା ରିପୋର୍ଟର): ବିଶ୍ୱ ଐତିହ୍ୟ ସହରରେ ପରିଣତ ହେବ ଶ୍ରୀକ୍ଷେତ୍ର ପୁରୀ। ବଦଳିବ ଢାଞ୍ଚା, ନିଆଯିବ ନାନା ବିକାଶମୂଳକ ପଦକ୍ଷେପ। ରାଜ୍ୟ ତଥା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କରାଯାଇଛି। ଏବେ ଶ୍ରୀସେତୁ ନେଇ ଆରମ୍ଭ ହୋଇଛି ଅଭିଯାନ। ଏନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ ହେବା ସହ ନୋଟିସ ଜାରି ହୋଇଛି।

ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ଆଇନ ଅନୁଯାୟୀ, ଏହି ସର୍ବେକ୍ଷଣ କରାଯିବ। ଟ୍ରମ୍ପେଟ୍‌ ବ୍ରିଜ ଡିଜାଇନରେ ନିର୍ମାଣ କରାଯିବ ଶ୍ରୀସେତୁ। ଯାହାଦ୍ୱାରା ଶ୍ରଦ୍ଧାଳୁ ଗାଡ଼ିରେ ଆଉ ସହର ଭିତରକୁ ପ୍ରବେଶ ନକରି ସିଧାସଳଖ ମଙ୍ଗଳାଘାଟ ବାଇପାସ୍‌ରୁ ଜଗନ୍ନାଥ ବଲ୍ଲଭରେ ପହଞ୍ଚି ପାରିବେ। ଏଥିପାଇଁ ରାଜ୍ୟ ସରକାର ଅବଢା ଯୋଜନାରେ ଶ୍ରୀସେତୁ ପାଇଁ ୧୯ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇସାରିଛନ୍ତି।

ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜାରେ ୩୪ ଏକର ୨୪୬ ଡିସିମିଲ ବେସରକାରୀ ଜମି ଓ ୩ ଏକର ୭୩୮ ଡିସିମିଲ ସରକାରୀ ଜମି ଅଧିଗ୍ରହଣ କରାଯିବ। ପ୍ରକଳ୍ପ ପାଇଁ ବିଜ୍ଞପ୍ତି ପ୍ରକାଶିତ ଦିବସଠାରୁ ୪୫ ଦିନ ମଧ୍ୟରେ ସର୍ବେକ୍ଷଣ ସମାପନ କରାଯିବ। ତା’ହାର ରିପୋର୍ଟକୁ ସ୍ଥାନୀୟ ଭାଷାରେ ଓ୍ୱାର୍ଡ, ପଞ୍ଚାୟତ ଓ ଗ୍ରାମ୍‌ ସ୍ତରରେ ପ୍ରକାଶନ ହେବ।

ସେପଟେ ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ଲୋକେ କିଭଳି ଥଇଥାନ ହେବେ ଓ କେତେ ଆର୍ଥିକ ଅନୁଦାନ ମିଳିବ, ସେନେଇ ଚିନ୍ତାରେ ଅଛନ୍ତି। ତେବେ ସରକାର ଆଗ ଥଇଥାନ କରନ୍ତୁ ବୋଲି ଦାବି କରିଛନ୍ତି ବିସ୍ଥାପିତ ହେବାକୁ ଥିବା ଲୋକେ।

 

Related story