ଶ୍ରୀମନ୍ଦିର ପ୍ରତି ଅବହେଳା କଲେ ସରକାରଙ୍କର ଅସ୍ତିତ୍ୱ ଲୋପ୍‌ ପାଇବ: ଶଙ୍କରାଚାର୍ଯ୍ୟ

ପୁରୀ: ପୁରୁଷୋତ୍ତମ କ୍ଷେତ୍ର ସମ୍ପର୍କରେ ଗଜପତିଙ୍କ ମନ୍ତବ୍ୟ ପରେ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆଜି ବର୍ଷିଛନ୍ତି। ଶ୍ରୀମନ୍ଦିର ପ୍ରତି ଅବହେଳା ଓ ଉପେକ୍ଷା କଲେ ସରକାରଙ୍କ ଅସ୍ତିତ୍ୱ ଲୋପ୍‌ ପାଇଯିବ। ପୁରୀରେ ଏକ ଧର୍ମ ପୁସ୍ତକ ଉନ୍ମୋଚନ ଅବସରରେ ଆଜି ଶଙ୍କରାଚାର୍ଯ୍ୟ ଏପରି ଢ଼ଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ କମିଶନରଙ୍କ ନିକଟରେ ପୀଠର କାର୍ଯ୍ୟାଳୟ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଯଦି କମିଶନର […]

sankara

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 06:59 PM IST

ପୁରୀ: ପୁରୁଷୋତ୍ତମ କ୍ଷେତ୍ର ସମ୍ପର୍କରେ ଗଜପତିଙ୍କ ମନ୍ତବ୍ୟ ପରେ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆଜି ବର୍ଷିଛନ୍ତି। ଶ୍ରୀମନ୍ଦିର ପ୍ରତି ଅବହେଳା ଓ ଉପେକ୍ଷା କଲେ ସରକାରଙ୍କ ଅସ୍ତିତ୍ୱ ଲୋପ୍‌ ପାଇଯିବ। ପୁରୀରେ ଏକ ଧର୍ମ ପୁସ୍ତକ ଉନ୍ମୋଚନ ଅବସରରେ ଆଜି ଶଙ୍କରାଚାର୍ଯ୍ୟ ଏପରି ଢ଼ଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ କମିଶନରଙ୍କ ନିକଟରେ ପୀଠର କାର୍ଯ୍ୟାଳୟ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଯଦି କମିଶନର ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବେ ଅନେକ ପ୍ରସ୍ତାବ ଦିଆଯିବ। ମୋର ବିଶ୍ୱାସ କମିଶନ ଜଷ୍ଟିସ୍‌ ବିପି ଦାସ ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥା ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବ ପାଇଁ ପଦକ୍ଷେପ ନେବେ।”

ସେ କହିଛନ୍ତି,“ଜଗମୋହନ ମରାମତି ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରାଯାଉ। ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥା ଓ ପରମ୍ପରା ଅକ୍ଷୁର୍ଣ୍ଣ ରହିବା ଆବଶ୍ୟକ। ନବକଳେବର ସମୟରେ ମୋର ମତ ନିଆଯାଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ମୋ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି।”

ସେ କହିଛନ୍ତି,“ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ପଡ଼ିଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବାପା ତାଙ୍କ ପରାମର୍ଶ ଅନୁଯାୟୀ ଶ୍ୱେତପତ୍ର ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ମରାମତି ଉପରେ ଗୁରୁତ୍ୱ ଦେଇଥିଲେ। ମାତ୍ର ବର୍ତ୍ତମାନ ସରକାର ଆଖିରେ ପଟି ବାନ୍ଧି ବସିଛନ୍ତି।”

Related story