ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପରେ ଆଜି ହାଇକୋର୍ଟରେ ଦାଖଲ ହୋଇପାରେ ସତ୍ୟପାଠ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ସରିଥିବାରୁ ଏହାର ସ୍ଥିତି ନେଇ ମଧ୍ୟ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯିବାର ସମ୍ଭାବନା ରହିଛି। ସେହିପରି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏନ୍. କେ. ମହାନ୍ତି କମିଟି ମଧ୍ୟ ରିପୋର୍ଟ ଦେବେ। ଗତକାଲି ରତ୍ନଭଣ୍ଡାର ଯାଞ୍ଚ ବେଳେ କାନ୍ଥ ଓଦା ରହିବା ସହ ଫାଟିଯାଇଥିବା ନେଇ ଯାଞ୍ଚକାରୀ ଟିମ୍ ସଦସ୍ୟ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପରେ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଜରୁରୀ ବୈଠକ ବସିଥିଲା। […]

puritemple

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 07:42 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ସରିଥିବାରୁ ଏହାର ସ୍ଥିତି ନେଇ ମଧ୍ୟ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯିବାର ସମ୍ଭାବନା ରହିଛି। ସେହିପରି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏନ୍. କେ. ମହାନ୍ତି କମିଟି ମଧ୍ୟ ରିପୋର୍ଟ ଦେବେ। ଗତକାଲି ରତ୍ନଭଣ୍ଡାର ଯାଞ୍ଚ ବେଳେ କାନ୍ଥ ଓଦା ରହିବା ସହ ଫାଟିଯାଇଥିବା ନେଇ ଯାଞ୍ଚକାରୀ ଟିମ୍ ସଦସ୍ୟ ସୂଚନା ଦେଇଥିଲେ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପରେ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଜରୁରୀ ବୈଠକ ବସିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍, ଏସପି ସାର୍ଥକ ଷଡଙ୍ଗୀଙ୍କ ସହ ପରିଚାଳନା କମିଟି ସଦସ୍ୟ ଏବଂ ଏଏସ୍ଆଇ ସଦସ୍ୟ ଯୋଗ ଦେଇଥିଲେ। ବୈଠକ ଶେଷରେ ରତ୍ନ ଭଣ୍ଡାର ମରାମତିର ଆବଶ୍ୟକତା ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ASIରୁ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଆଜି ହାଇକୋର୍ଟରେ ଶୁଣାଣି ହେବ। ମାମଲାରେ ଏଏସ୍ଆଇ ଏବଂ ମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠ ଦାଖଲ କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ଏନେଇ ଉଭୟଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା।

 

Related story