ପୂଜ୍ୟପୂଜା ସମ୍ମାନ: ୯ମାସ ଧରି ଶୋଇଥିଲେ, ଭର୍ଚୁଆଲରେ କଲେ ଆଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ରାଜ୍ୟ ସରକାର ମହାମାରୀ ଭାବେ ଘୋଷଣା କରିବା ପରଠୁ ସରକାରୀସ୍ତରରେ ରାଜ୍ୟରେ ବନ୍ଦ ଥିବା ପୂଜ୍ୟପୂଜା ପରମ୍ପରାକୁ ଆଜିଠୁ ପୁଣିଥରେ ଆରମ୍ଭ କରାଯାଇଛି। କରୋନା କଟକଣା ରହିଥିବାରୁ ଦୀର୍ଘ ୯ମାସ ପରେ ଆଜି ଭର୍ଚୁଆଲ ମୋଡ଼ରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭର୍ଚୁଆଲ […]

7nm

7nm

Tapas Behera
  • Published: Thursday, 17 December 2020
  • Updated: 17 December 2020, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ରାଜ୍ୟ ସରକାର ମହାମାରୀ ଭାବେ ଘୋଷଣା କରିବା ପରଠୁ ସରକାରୀସ୍ତରରେ ରାଜ୍ୟରେ ବନ୍ଦ ଥିବା ପୂଜ୍ୟପୂଜା ପରମ୍ପରାକୁ ଆଜିଠୁ ପୁଣିଥରେ ଆରମ୍ଭ କରାଯାଇଛି। କରୋନା କଟକଣା ରହିଥିବାରୁ ଦୀର୍ଘ ୯ମାସ ପରେ ଆଜି ଭର୍ଚୁଆଲ ମୋଡ଼ରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭର୍ଚୁଆଲ ମୋଡରେ ପାଳିତ ହୋଇଛି। ବିଭାଗର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଭୁବନେଶ୍ୱରର ପାୱାର ଛକରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଭର୍ଚୁଆଲରେ ମିଟିଂ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ବିଭାଗୀୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଏହି ରାଜ୍ୟସ୍ତରୀୟ ଭର୍ଚୁଆଲ ଜୟନ୍ତୀ ସମାରୋହରେ ଭାଗ ନେଇଥିଲେ।

ତେବେ ପ୍ରଶ୍ନ ଉଠୁଛି, ଯଦି ଆଜି ଭର୍ଚୁଆଲ ମୋଡରେ ପୂଜ୍ୟପୂଜା ପରମ୍ପରା ହୋଇପାରୁଛି, ତା’ହେଲେ ଦୀର୍ଘ ୯ମାସ ଧରି କରୋନା ମହାମାରୀ ସଂକ୍ରମଣର ଆଳ ଦେଖାଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କାହିଁକି ଚୁପ୍ ବସିଥିଲା। ଭର୍ଚୁଆଲ ମୋଡରେ ପୂଜ୍ୟପୂଜାଙ୍କୁ ସମ୍ମାନ ପ୍ରଦାନ କରିବା କାର୍ଯ୍ୟ ତ କିଛିମାସ ପୂର୍ବରୁ ବି କରାଯାଇ ପାରିଥାନ୍ତା। କରୋନା ଆଳ ଦେଖାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ବିଗତ ୯ମାସ ଧରି ରାଜ୍ୟର କୌଣସି ବରପୁତ୍ରଙ୍କ ପ୍ରତି ସରକାରୀସ୍ତରରେ ଶ୍ରଦ୍ଧାସୁମନ ଜ୍ଞାପନ ମଧ୍ୟ କରିନି। ଗାନ୍ଧି ଜୟନ୍ତୀରେ ବି ସରକାରୀସ୍ତରରେ କାର୍ଯ୍ୟକ୍ରମଟିଏ ହୋଇପାରିନଥିଲା। ଗତ ସପ୍ତାହରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମୃତିଚାରଣ ଓ ଶ୍ରଦ୍ଧାସୁମନ ଜଣାଇବାକୁ ବି ସରକାରୀସ୍ତରରେ  ବିଭାଗ ଆଗ୍ରହ ଦେଖାଇନଥିଲା। ଏପରିକି ଗତ ୯ମାସ ମଧ୍ୟରେ ଯେଉଁ ବରପୁତ୍ରମାନଙ୍କୁ ସେମାନଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ କରିବାର ଆବଶ୍ୟକତା ରହିଥିଲା, ରାଜଧାନୀରେ ଥିବା ସେହି ମହାନ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତିରେ ବି ମାଲ୍ୟାର୍ପଣଟିଏ କରିବାକୁ ବି ବିଭାଗ କୌଣସି ଆଗ୍ରହ ଦେଖାଇନଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, କୋଭିଡ୍ କଟକଣା ଜାରି ହେଉଥିଲେ ମଧ୍ୟ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଜଣାଇବା ଉପରେ ସରକାରୀସ୍ତରରେ ନିର୍ଦ୍ଦିଷ୍ଟ ଭାବେ ଅଙ୍କୁଶ ହିଁ ନଥିଲା। କେବଳ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଥିଲା।

ଅନ୍ୟପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରର ପାୱାର ହାଉସ ଛକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯିବାବେଳେ ସାମାନ୍ୟତମ ସାମାଜିକ ଦୂରତ୍ୱ ବି ପାଳନ ହୋଇନଥିଲା।
ବିଭାଗର ଅଦୂରଦର୍ଶିତା ଓ ହେୟ ମନୋଭାବ ଯୋଗୁ ରାଜ୍ୟରେ ପୂଜ୍ୟପୂଜା ପରମ୍ପରା ଉପରେ ଗତ ୯ମାସ ହେଲା ଅଘୋଷିତ କର୍ଫ୍ୟୁ ଜାରି ହୋଇଛି। ଅବଶ୍ୟ ବିଭାଗ ଚାହିଁଥିଲେ,  ଦୀର୍ଘ ୯ମାସ ଧରି ରାଜଧାନୀର ବିଭିନ୍ନ ସ୍ଥାନରେ ରହିଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରି ସେମାନଙ୍କ ଜନ୍ମ ଜୟନ୍ତୀ ଅବା ଶ୍ରାଦ୍ଧବାର୍ଷିକୀରେ ଫୁଲମାଳ ଟିଏ ପକାଇ ପାରିଥାନ୍ତା। କିନ୍ତୁ କରୋନାର ଆଳ ଦେଖାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏସବୁ ନକରି ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିଲା। ୯ମାସ ପରେ ପୂଜ୍ୟପୂଜାଙ୍କୁ ମନେ ପକାଇଲା ସତ, କିନ୍ତୁ ଭର୍ଚୁଆଲ ମୋଡରେ ଓ ସାମାଜିକ ଦୂରତ୍ୱକୁ ଅଣଦେଖା କରି। ତେବେ ସାମାଜିକ ଦୂରତ୍ୱକୁ ବଜାୟ ରଖି ବିଭାଗ ଯଦି ଆଜି ଭଳି ଭର୍ଚୁଆଲ ମୋଡ୍ ଶୈଳୀକୁ ଆପଣାଥାନ୍ତା, କରୋନା କଟକଣା ମଧ୍ୟରେ ବି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସେମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ହୋଇଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story