ପ୍ରତିଦିନ ଭାତ-ଆଳୁ ଦେଉଛନ୍ତି, ୬ କି.ମି. ଚାଲିଚାଲି ଆସି ଗୁହାରୀ କଲେ ଆଦିବାସୀ ଛାତ୍ର

କେନ୍ଦୁଝର(ପ୍ରଣୟ କୁମାର ପାଣି): ସ୍କୁଲରେ ଠିକ୍ ଭାବେ ପାଠପଢ଼ାଉ ନାହାନ୍ତି। ସାର୍ଟ-ପ୍ୟାଣ୍ଟ ଦେଲେ ଜୋତା ଦେଉନାହାନ୍ତି। ପିଇବା ପାଣି ବ୍ୟବସ୍ଥା ନାହିଁ। ଶୌଚ ପାଇଁ ଅସୁବିଧା ହେଉଛି। ପ୍ରତିଦିନ ଭାତ ଓ ଆଳୁ ଭଜା ଖାଇବାକୁ ଦେଉଛନ୍ତି। ସବୁଦିନ ଜଳଖିଆରେ ଗୋଟିଏ ୫ଟଙ୍କିଆ ବିସ୍କୁଟ ପ୍ୟାକେଟ ଦେଉଛନ୍ତି। ହଷ୍ଟେଲ ଅନ୍ଧାରରେ ରହୁଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ସ୍କୁଲ ପ୍ରିନ୍ସପାଲଙ୍କୁ କହିଲେ ସେ କହୁଛନ୍ତି, ଇଛା ହେଲେ ପଢ଼, ନହେଲେ ନାହିଁ। ଆଦିବାସୀ ପିଲାମାନଙ୍କ ସହ ଏଭଳି ନିର୍ଯାତନା […]

ST-student

ST-student

Niranjan Mishra
  • Published: Wednesday, 03 August 2022
  • Updated: 03 August 2022, 07:38 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ସ୍କୁଲରେ ଠିକ୍ ଭାବେ ପାଠପଢ଼ାଉ ନାହାନ୍ତି। ସାର୍ଟ-ପ୍ୟାଣ୍ଟ ଦେଲେ ଜୋତା ଦେଉନାହାନ୍ତି। ପିଇବା ପାଣି ବ୍ୟବସ୍ଥା ନାହିଁ। ଶୌଚ ପାଇଁ ଅସୁବିଧା ହେଉଛି। ପ୍ରତିଦିନ ଭାତ ଓ ଆଳୁ ଭଜା ଖାଇବାକୁ ଦେଉଛନ୍ତି। ସବୁଦିନ ଜଳଖିଆରେ ଗୋଟିଏ ୫ଟଙ୍କିଆ ବିସ୍କୁଟ ପ୍ୟାକେଟ ଦେଉଛନ୍ତି। ହଷ୍ଟେଲ ଅନ୍ଧାରରେ ରହୁଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ସ୍କୁଲ ପ୍ରିନ୍ସପାଲଙ୍କୁ କହିଲେ ସେ କହୁଛନ୍ତି, ଇଛା ହେଲେ ପଢ଼, ନହେଲେ ନାହିଁ। ଆଦିବାସୀ ପିଲାମାନଙ୍କ ସହ ଏଭଳି ନିର୍ଯାତନା ଅସହ୍ୟ ହେଲାଣି। ଯେତେ କହିଲେବି ସରିବନି। ଆଜି ଦୀର୍ଘ ୬ କିଲୋମିଟର ରାସ୍ତା ଚାଲିଚାଲି ଆସି କେନ୍ଦୁଝର ଜିଲ୍ଲାପାଳଙ୍କୁ ଏଭଳି ଅଭିଯୋଗ କହିଛନ୍ତି ସ୍ଥାନୀୟ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଛାତ୍ରମାନେ।

ଦୀର୍ଘ ଘଣ୍ଟାଏରୁ ଅଧିକ ସମୟ ଚାଲିଚାଲି ଆସି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିବା ଏହି ପିଲାଙ୍କ ଅଭିଯୋଗ ଶୁଣିଛନ୍ତି ଜିଲ୍ଲାପାଳ। ଆଶ୍ୱାସନା ଦେଇଛନ୍ତି, ଖୁବ୍‌ଶୀଘ୍ର ସବୁ ବ୍ୟବସ୍ଥା କରାଯିବ।

ଛାତ୍ର ଟୁନା ନାୟକ, ବିଜୟ କାରୁଆ ଓ ଛୋଟରାୟ ମାଝୀ କହିଛନ୍ତି, ସେମାନଙ୍କ ଅଭିଯୋଗ ଉପରେ ସ୍କୁଲର ପ୍ରିନ୍ସପାଲ ଦୃଷ୍ଟି ଦେଉନାହାନ୍ତି। ସରକାରଙ୍କ ସମସ୍ତ ସୁବିଧାରୁ ଆମକୁ ବଂଚିତ କରୁଛନ୍ତି। ସରକାରୀ ନିୟମ ଅନୁସାରେ ଖାଦ୍ୟ ନଦେଇ ପ୍ରତିଦିନ ଅତି ନିମ୍ନମାନର ଖାଦ୍ୟ ଦେଉଛନ୍ତି। କେବଳ ଭାତ ଆଉ ଆଳୁ ଛଡ଼ା ଆଉ କିଛି ବି ଦିଆ ଯାଉନାହିଁ। ଜଳଖିଆରେ କେବଳ ଗୋଟିଏ ପ୍ୟାକେଟ ୫ଟଙ୍କିଆ ବିସ୍କୁଟ ଦିଆଯାଉଛି। ଅଧିକାଂଶ ସମୟରେ ନଷ୍ଟ ହୋଇ ଗନ୍ଧ ଛାଡୁଥିବା ବିସ୍କୁଟ ଖାଇବାକୁ ଦିଆଯାଉଛି। ଆଉ କ’ଣ ସଂସାରରେ କିଛି ଜଳଖିଆ ନାହିଁ। ଖାଦ୍ୟ ନାହିଁ।

ଆବଶ୍ୟକ ଅନୁସାରେ ପାଣି ଯୋଗାଇ ଦିଆ ଯାଉନାହିଁ। ଫଳରେ ପିଇବା ଓ ଶୌଚ ହେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନେକ ସମୟରେ ବିଦ୍ୟୁତ ରହୁନି। ଜେନେରେଟର ଓ ଇନଭର୍ଟର ଥାଇ ସୁଦ୍ଧା ବିଦ୍ୟୁତ ସଂଯୋଗ ଦେଉନାହାନ୍ତି। ଫଳରେ ପାଠପଢାରେ ବାଧା ଉପୁଜୁଛି। ସପ୍ତମରୁ ଦଶମ ଶ୍ରେଣୀ ହେଲେଣି, ହେଲେ ଆଜି ଯାଏଁ ଆଇଡେଣ୍ଟି କାର୍ଡ ମିଳିନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ  ପ୍ରିନ୍ସପାଲକୁ ଅନୁରୋଧ କରିଥିଲୁ। ସମସ୍ୟାର ସମାଧାନ ପରିବର୍ତ୍ତେ ଆମକୁ ଅତି କଟୁ ଭାଷାରେ ଗାଳି ଦେଲେ। କହିଲେ, ପାଠ ପଢ଼ିଲେ ପଢ଼, ନହେଲେ ଘରକୁ ପଳାଅ। ତେଣୁ ଏନେଇ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଆସିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ସ୍କୁଲ ପ୍ରିନ୍ସପାଲ କହିଛନ୍ତି, ପିଲାମାନେ ମିଛ କହୁଛନ୍ତି। ତାଙ୍କୁ ସବୁ ସୁବିଧା ଦିଆଯାଉଛି। ସେମାନେ ପାଠପଢ଼ୁ ନାହାନ୍ତି। ତାଗିଦ୍ କରିବାରୁ , ରାଗିପାଚି ମୋ ବିରୋଧରେ ଅଭିଯୋଗ କରୁଛନ୍ତି। ସେପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାସ ଘଟଣାକୁ ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ଆଦିବାସୀ ଛାତ୍ରମାନଙ୍କ ପ୍ରତି ଏଭଳି ଅବହେଳା କରିଥିବା ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଦିବାସୀ ନେତା ସତ୍ୟବ୍ରତ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos