ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ରାଜଧାନୀରେ ଯୁବକକୁ ଛୁରା ମାଡ଼!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇଛି ରାଜଧାନୀ ଭୁବନେଶ୍ୱର। ସିରିଜ୍‌ ଲୁଟ୍ ପରେ ଆଜି ସନ୍ଧ୍ୟା ବେଳେ ରାଜଧାନୀରେ ହୋଇଛି ଛୁରାମାଡ଼। ଶୈଳଶ୍ରୀବିହାର ଅଞ୍ଚଳରେ ହୋଇଥିବା ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି। ଅଭିଯୁକ୍ତ ଯୁବକ ଥାନାରେ ଅଟକ। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରା ମାଡ଼ ହୋଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଓ ଆହତ ଉଭୟ ଯୁବକ ଇଂଜିନିୟରିଂ ଛାତ୍ର ହୋଇଥିବା ଜଣାପଡ଼ିଛି। କିଛି ଦିନ ଧରି ଭୁବନେଶ୍ୱରରେ ଔଷଧ […]

MURDER

Manoranjan Sial
  • Published: Friday, 28 January 2022
  • , Updated: 28 January 2022, 07:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇଛି ରାଜଧାନୀ ଭୁବନେଶ୍ୱର। ସିରିଜ୍‌ ଲୁଟ୍ ପରେ ଆଜି ସନ୍ଧ୍ୟା ବେଳେ ରାଜଧାନୀରେ ହୋଇଛି ଛୁରାମାଡ଼। ଶୈଳଶ୍ରୀବିହାର ଅଞ୍ଚଳରେ ହୋଇଥିବା ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି। ଅଭିଯୁକ୍ତ ଯୁବକ ଥାନାରେ ଅଟକ। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରା ମାଡ଼ ହୋଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଓ ଆହତ ଉଭୟ ଯୁବକ ଇଂଜିନିୟରିଂ ଛାତ୍ର ହୋଇଥିବା ଜଣାପଡ଼ିଛି।

କିଛି ଦିନ ଧରି ଭୁବନେଶ୍ୱରରେ ଔଷଧ ଦୋକାନୀଙ୍କୁ ଚକମା ଦେଇ ଲୁଟ୍ ହେଉଥିଲା। ଏହି ଘଟଣା ଗତକାଲି ପର୍ଦ୍ଦାଫାସ କରିଥିଲା କମିଶନରେଟ୍‌ ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟ ଆଇଡି, ୪ଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମାଷ୍ଟର ମାଇଣ୍ଡ ଥିଲା ରଙ୍ଗ ମିସ୍ତ୍ରୀ ରାଜୁ ସିଂ। ସେ ୧୦ ବର୍ଷ ଧରି କଲିକତାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ।

Related story