ନିଟ୍ ବାତିଲ ଦାବି: ନବୀନଙ୍କୁ ଷ୍ଟାଲିନଙ୍କ ଚିଠି ଦେଲେ କାନିମୋଝି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ନିଟ୍ ପରୀକ୍ଷା ବାତିଲ ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପ୍ରସଙ୍ଗରେ ଅନ୍ୟ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଡିଏମକେ ସଂସଦୀୟ ଦଳ ଉପନେତା କାନିମୋଝି କରୁଣାନିଧି ଆଜି ପୂର୍ବାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଷ୍ଟାଲିନଙ୍କ ଚିଠି ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଅନୁରୋଧ କରିଛନ୍ତି। […]

Naveen

Naveen

Jitendra Garnayak
  • Published: Wednesday, 13 October 2021
  • Updated: 13 October 2021, 07:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ନିଟ୍ ପରୀକ୍ଷା ବାତିଲ ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପ୍ରସଙ୍ଗରେ ଅନ୍ୟ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଡିଏମକେ ସଂସଦୀୟ ଦଳ ଉପନେତା କାନିମୋଝି କରୁଣାନିଧି ଆଜି ପୂର୍ବାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଷ୍ଟାଲିନଙ୍କ ଚିଠି ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଅନୁରୋଧ କରିଛନ୍ତି।

ଷ୍ଟାଲିନ ଏବେ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ ଦଳର ନେତାମାନଙ୍କୁ ବିଭିନ୍ନ ରାଜନୀତିକ ଦଳର ମୁଖ୍ୟଙ୍କ ନିକଟକୁ ପଠାଇ କେନ୍ଦ୍ର ସରକାର ଉପରେ ଚଳିତବର୍ଷ ନିଟ୍ ପରୀକ୍ଷା ବାତିଲ ନିମନ୍ତେ ଚାପ ପକାଇବାକୁ ଅନୁରୋଧ କରିଛନ୍ତି। ଏହି କ୍ରମରେ କାନିମୋଝି ଆଜି ପୂର୍ବାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ, ନିଟ୍ ପରୀକ୍ଷାକୁ ନେଇ ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ବିଶେଷକରି ଗରିବ ପିଲାମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ କାନିମୋଝି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସବୁ ବର୍ଗର ପିଲାଙ୍କ ପାଇଁ ଏହି ପରୀକ୍ଷା କିପରି ସମ୍ଭବପର ହୋଇପାରିବ ସେ ନେଇ ଷ୍ଟାଲିନ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କର କାନିମୋଝିଙ୍କ ସହ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ପାଖରେ ଜାତୀୟସ୍ତରର ପରୀକ୍ଷାର ଗୁରୁତ୍ୱ ଓ ଏହାକୁ ନେଇ ପିଲାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଆଇଆଇଟି, ୟୁପିଏସସି ଓ ନିଟ୍ ପରୀକ୍ଷାରେ ସବୁ ବର୍ଗର ପିଲାମାନଙ୍କୁ ସୁଯୋଗ ଦେବାକୁ ଦାବି ଉଠାଇଥିଲେ।

ସୂଚନାଯୋଗ୍ୟ, କାନିମୋଝିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେଡି ସାଂସଦ ସସ୍ମିତ ପାତ୍ର ସ୍ୱାଗତ କରିଥିଲେ। କାନିମୋଝୀ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି କିଛି ସମୟ ଆଲୋଚନା କରିବା ପରେ ଚେନ୍ନାଇ ଫେରି ଯାଇଥିବା ଜଣାପଡ଼ିଛି।

ଆଜି ହାଇଦ୍ରାବାଦର ପ୍ରଗତିଭବନରେ ଟିଏଆରଏସ କାର୍ଯ୍ୟକାରୀ ସଭାପତି ତଥା ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟି ରାମରାଓଙ୍କୁ ଡିଏମକେର ଦୁଇଜଣ ସାଂସଦ ସାକ୍ଷାତ କରି ନିଟ୍ ପରୀକ୍ଷା ବାତିଲ ପ୍ରସଙ୍ଗରେ ସହଯୋଗ ଲୋଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story