ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଏକ କଳା ଆଇନ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟଗୁଡିକର ସ୍ୱତନ୍ତ୍ରତା ନଷ୍ଟ ହେବ । ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ବିଜେପି କହିଛି।  ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟପାଳ ଏହି ଅଧିନିୟମକୁ ତୁରନ୍ତ ଫେରସ୍ତ କରନ୍ତୁ ବା ଏହି ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ମତ ପାଇଁ ପଠାଇବାକୁ ରାଜ୍ୟପାଳଙ୍କ ପାଖରେ ନିବେଦନ କରିଛି ବିଜେପି । […]

7m0

7m0

Tapas Behera
  • Published: Wednesday, 07 October 2020
  • Updated: 07 October 2020, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଏକ କଳା ଆଇନ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟଗୁଡିକର ସ୍ୱତନ୍ତ୍ରତା ନଷ୍ଟ ହେବ । ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ବିଜେପି କହିଛି।  ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟପାଳ ଏହି ଅଧିନିୟମକୁ ତୁରନ୍ତ ଫେରସ୍ତ କରନ୍ତୁ ବା ଏହି ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ମତ ପାଇଁ ପଠାଇବାକୁ ରାଜ୍ୟପାଳଙ୍କ ପାଖରେ ନିବେଦନ କରିଛି ବିଜେପି । ଏନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରି କହିଛନ୍ତି କି, ଓଡିଶାରେ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୧ଟି ବିଶ୍ୱବିଦ୍ୟାଳୟ ରାଜ୍ୟସରକାରଙ୍କ ଅଧୀନରେ ରହିଛି । ଏହା ମଧ୍ୟରେ ଟେକ୍ନିକାଲ ଓ ମେଡିକାଲ ବିଶ୍ୱବିଦ୍ୟାଳୟ ଅର୍ନ୍ତଭୃକ୍ତ ନୁହେଁ । ସ୍ୱାଧୀନତା ପୂର୍ବରୁ ୧୯୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ୧୮୬୮ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଛନ୍ତି । ୟୁଜିସି ଅଧିନିୟମ ଦ୍ୱାରା ପରିଚାଳିତ ହୋଇଥିବାରୁ ଏହା ସମ୍ଭବ ହୋଇପାରିଥିଲା । କିନ୍ତୁ ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ମଞ୍ଜୁରୀ ପ୍ରଦାନ କଲେ । ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ, ଶିକ୍ଷାବିତ୍‌, ବିଶିଷ୍ଟ ନାଗରିକ, ହିତକ୍ଷାଙ୍କିଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ ।

ଅନ୍ୟପଟେ ଏହି ଅଧିନିୟମ ପାସ୍ ନ ହେଉଣୁ ରାଜ୍ୟର ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡିକର କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତତା କ୍ଷୁର୍ଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ । ଏହି ବିଲରେ ସିନେଟ ବ୍ୟବସ୍ଥା ଉଚ୍ଛେଦ କରି ଓପିଏସ ଜରିଆରେ ଅଧ୍ୟାପକ ନିଯୁକ୍ତି କରାଯିବାର ବ୍ୟବସ୍ଥା ରହିଛି । ସିନେଟକୁ ଉଚ୍ଛେଦ କରି ସିଣ୍ଡିକେଟକୁ ମଜବୁତ କରାଯାଇଛି । ରେଜିଷ୍ଟାର ପଦବୀ ରାଜ୍ୟସରକାର ନିଯୁକ୍ତ କରିବେ ଏବଂ ଏହି ସରକାରୀ କର୍ମଚାରୀ ସିଣ୍ଡିକେଟର ସଚିବ ମଧ୍ୟ ରହିବେ । ଏଭଳି ନିଷ୍ପତି ଦ୍ୱାରା ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧିରେ ବାଧା ସୃଷ୍ଟି ହେବ ଏବଂ ବିଶ୍ୱବିଦ୍ୟାଳୟଗୁଡିକ ସ୍ୱାଧୀନ ଭାବେ ରିସର୍ଚ୍ଚ କ୍ଷେତ୍ର ଓ ପାଠକ୍ରମରେ କୌଣସି ନିଷ୍ପତି ନେଇ ପାରିବେ ନାହିଁ ବୋଲି ବିଜେପି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ।

ରାଜ୍ୟର ସମସ୍ତ ଶିକ୍ଷାବିତ୍‌, ବୁଦ୍ଧିଜୀବି, ବିଶିଷ୍ଟ ନାଗରିକମାନେ ଏହି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ ବିରୋଧ କରୁଥିବାବେଳେ, ତରବରିଆ  ଭାବେ ଏହାକୁ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ନିଜର ଉଚ୍ଚ ଶିକ୍ଷା ବିରୋଧୀ ବାର୍ତାକୁ ସ୍ପଷ୍ଟ କରିଛନ୍ତି ବୋଲି ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ କହିଛନ୍ତି । ତେଣୁ ରାଜ୍ୟର ଉଚ୍ଚ ଶିକ୍ଷାମାନର ସୁରକ୍ଷା ପାଇଁ ରାଜ୍ୟପାଳ ଏହି ବିଲ୍‌କୁ ଫେରାଇ ଦିଅନ୍ତୁ ବା ବିଚାର ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ପାଇଁ ବିଜେପି ପ୍ରତିନିଧି ଦଳ ଅନୁରୋଧ କରିଛି। ଏହି ପ୍ରତିନିଧୀ ଦଳରେ ବିରୋଧୀ ଦଳ ସଚେତକ ବିଧାୟକ ମୋହନ ମାଝୀ, ଡ.ମୁକେଶ ମହାଲିଙ୍ଗ ଏବଂ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos