ଶେଷ ହେଲା ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ସଭାପତି ପଦ ପାଇଁ ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ରାଜ୍ୟରେ ବିଜେପିର ୬ମାସ ଧରି ଚାଲିଥିବା ସାଂଗଠନିକ ନିର୍ବାଚନ ପ୍ର୍ରକ୍ରିୟା ଶେଷ ହୋଇଛି। ଶ୍ରୀ ମହାନ୍ତି ସର୍ବସମ୍ମତିକ୍ରମେ ରାଜ୍ୟ ବିଜେପିର ସଭାପତି ହେବା ଚୂଡ଼ାନ୍ତ ହୋଇଥିବାବେଳେ ଆସନ୍ତାକାଲି ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା ହେବ ଓ ସେ ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି। ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା […]

bjp00

Manoranjan Sial
  • Published: Thursday, 16 January 2020
  • , Updated: 16 January 2020, 09:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ସଭାପତି ପଦ ପାଇଁ ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ରାଜ୍ୟରେ ବିଜେପିର ୬ମାସ ଧରି ଚାଲିଥିବା ସାଂଗଠନିକ ନିର୍ବାଚନ ପ୍ର୍ରକ୍ରିୟା ଶେଷ ହୋଇଛି। ଶ୍ରୀ ମହାନ୍ତି ସର୍ବସମ୍ମତିକ୍ରମେ ରାଜ୍ୟ ବିଜେପିର ସଭାପତି ହେବା ଚୂଡ଼ାନ୍ତ ହୋଇଥିବାବେଳେ ଆସନ୍ତାକାଲି ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା ହେବ ଓ ସେ ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି। ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ କହିଛନ୍ତି ଯେ, ୨୦୧୯ ଜୁଲାଇ ୬ ତାରିଖରେ ଯେଉଁ ସାଙ୍ଗଠନିକ ପର୍ବ ଆରମ୍ଭ ହୋଇଥିଲା ତାହା ସମାପ୍ତି ହୋଇଛି। ଇତିମଧ୍ୟରେ ଓଡ଼ିଶାରେ ବିଜେପି ୨୩ ହଜାରରୁ ଉର୍ଦ୍ଧ୍ୱ ବୁଥ୍ କମିଟି, ୮୦୦ଟି ମଣ୍ଡଳ କମିଟି ଓ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ସମାପ୍ତି ହୋଇଛି। ସର୍ବମୋଟ ୧୯୦ ଜଣ ରାଜ୍ୟ ପରିଷଦ ସଦସ୍ୟ ଘୋଷଣା ହୋଇଛନ୍ତି।

ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ। ଏହି ଦଳରେ ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି,ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ହୋଇଥାଏ। ପ୍ରତି ୩ ବର୍ଷରେ ଥରେ ବିଜେପି ଦଳରେ ନିର୍ବାଚନ ପ୍ରକ୍ରିୟା ହୁଏ। ଠିକ୍ ସେହିପରି ଆଜି ଗଣତାନ୍ତିକ ପଦ୍ଧତିରେ ରାଜ୍ୟ ସଭାପତି ନିର୍ବାଚନର ନାମାଙ୍କନ ଶେଷ ହୋଇଛି। ନାମାଙ୍କନର ୬ ସେଟ ପ୍ରସ୍ତାବିତ ପତ୍ର ଦାଖଲ ହୋଇଥିଲା। ସମସ୍ତ ପ୍ରସ୍ତାବିତ ପତ୍ରରେ କେବଳ ସମୀର ମହାନ୍ତିଙ୍କ ନାଁ ଉଲ୍ଲେଖ ଥିଲା। ଯାଞ୍ଚ ପରେ ଅନ୍ୟ କୌଣସି ନାଁ ନଥିବାରୁ କେବଳ ସମୀର ମହାନ୍ତିଙ୍କ ନାମାଙ୍କନ ପତ୍ର କାଏମ ରହିଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଘୋଷଣା କରିଥିଲେ।

ଏହି ଅବସରରେ ଆଜି ରାଷ୍ଟ୍ରୀୟ ସଂଗଠନ ସହ ସମ୍ପାଦକ ସୌଦାନ ସିଂ, ଓଡ଼ିଶା ପ୍ରଭାରୀ ସାଂସଦ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Related story