ଭାଜପା ମୁଖିଆଙ୍କୁ ଧମକ, ନକଲି ବନ୍ଧୁକ ଦେଖାଇ ହୁଲୁସ୍ତୁଲୁ କଲେ ୨ ଯୁବକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୋମବାର ଦିନ ପ୍ରାୟ ୧୨ଟା । ଭୁବନେଶ୍ୱର ରାମ ମନ୍ଦିର ପାଖ ବିଜେପି ମୁଖ୍ୟାଳୟରେ ଆରମ୍ଭ ହେଲା ଧାଁ ଧପଡ, ହୋ ହଲ୍ଲା । ବନ୍ଧୁକ ମୁନରେ ଥିଲେ ବିଜେପି ସଭାପତି ବସନ୍ତ  ପଣ୍ଡା। ଦୁଇ ହାତରେ ଦୁଇଟି ବନ୍ଧୁକ ଧରି ଧମକାଉ ଥିଲେ ଜଣେ ଯୁବକ। ପାଖରେ  ଥିବା ଆଉ ଜଣେ ଯୁବକ ବି ଧରିଥିଲେ ରିଭଲଭର। ହଇଚଇ ଖେଳିଗଲା ପାର୍ଟି ଅଫିସରେ। ଦେଖୁଦେଖୁ ଭିଡ ଜମିଗଲା ସଭାପତିଙ୍କ ଅଫିସ୍‌ ଭିତରେ। ସଭାପତିଙ୍କ […]

download (1)

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 10:00 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୋମବାର ଦିନ ପ୍ରାୟ ୧୨ଟା । ଭୁବନେଶ୍ୱର ରାମ ମନ୍ଦିର ପାଖ ବିଜେପି ମୁଖ୍ୟାଳୟରେ ଆରମ୍ଭ ହେଲା ଧାଁ ଧପଡ, ହୋ ହଲ୍ଲା । ବନ୍ଧୁକ ମୁନରେ ଥିଲେ ବିଜେପି ସଭାପତି ବସନ୍ତ  ପଣ୍ଡା। ଦୁଇ ହାତରେ ଦୁଇଟି ବନ୍ଧୁକ ଧରି ଧମକାଉ ଥିଲେ ଜଣେ ଯୁବକ। ପାଖରେ  ଥିବା ଆଉ ଜଣେ ଯୁବକ ବି ଧରିଥିଲେ ରିଭଲଭର। ହଇଚଇ ଖେଳିଗଲା ପାର୍ଟି ଅଫିସରେ। ଦେଖୁଦେଖୁ ଭିଡ ଜମିଗଲା ସଭାପତିଙ୍କ ଅଫିସ୍‌ ଭିତରେ। ସଭାପତିଙ୍କ ଆଗକୁ ଆସି ଯୁବକଙ୍କୁ ଅଟକାଉଥିଲେ ସଂଗଠନ  ସଂପାଦକ ଶାରଦା ଶତପଥୀ। ଘଟଣା କଣ କିଛି ଜଣା ପଡିଲାନି। ବାହାରକୁ ଆସି ଦୁଇ ଯୁବକ କହିଲେ ସେମାନେ କାଳେ ବିଜେପି କର୍ମୀ । ତାଙ୍କ କଥା ସଭାପତି ନ ଶୁଣିବାରୁ ସେମାନେ ଏମିତି ଧମକାଛନ୍ତି ବୋଲି କହି ସଫେଇ ଦେଇଥିଲେ। ଆଉ ଏହି ଅଳ୍ପ ସମୟରେ ହୁଲୁସ୍ତୁଲ ହୋଇଯାଇଥିଲା ପୁରା ବିଜେପି ଅଫିସ୍‌ ।

ପୋଲିସ ଆସିଲା ବନ୍ଧୁକ ଦେଖାଇଥିବା ଯୁବକଙ୍କୁ ବାନ୍ଧିନେଇଥିଲା। ସେମାନେ ଥିଲେ ସମ୍ବିତ ପଣ୍ଡା ଓ ପିନାକ ମହାନ୍ତି। ତାଙ୍କ ପାଖରେ ଥିବା ଆଉ ଏକ ବ୍ୟାଗ୍‌ରୁ ସହିପରି ଆଉ ୨ଟି ବନ୍ଧୁକ ବାହାରିଥିଲା । ପରେ ଜଣାପଡିଥିଲା ଯୁବକ ଦେଖାଇଥିବା ବନ୍ଧୁକ ନକଲି ବୋଲି । ତେବେ ବେଶ୍ କିଛି ସମୟ  ଧରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିଲା ଏମିତି ହାଇଭୋଲଟେଜ ଡ୍ରାମା ଦିନତମାମ୍‌ ଗଣମାଧ୍ୟମର ଚର୍ଚ୍ଚିତ ଖବର ହୋଇ ରହିଥିଲା। ଏଣେ ପୋଲିସକୁ ଉକ୍ତ ଯୁବକ ଦ୍ୱୟଙ୍କ ସମ୍ପର୍କରେ ପଚରା ଯିବାରୁ ସେମାନେ ବିଜେପି କର୍ମି ନୁହନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ବସନ୍ତ ଥାନାରେ ଦେଇଥିବା ଏତଲା ପରିସ୍ଥିତିକୁ ଗୋଳମାଳିଆ କରି ପକାଇଛି। ତାଙ୍କ ଏତଲା ମୁତାବକ ଏହି ଦୁଇ ଯୁବକ ଗତକାଲି ତାଙ୍କ ପାଖକୁ ଆସି ନିଜ ବାପାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ। ତେବେ ଆଜି ହଠାତ୍‌ ଏମିତି ଆସି ଧମକ୍‌ ଚମକ୍‌ ଦେବା ପଛରେ ଆଉ କାହାର ହାତ ଥାଇପାରେ ବୋଲି ବସନ୍ତ ଅଭିଯୋଗ କରିଛନ୍ତି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଏହି ବିବାଦରେ ଅନ୍ୟ କୌଣସି ଦଳୀୟ କର୍ମଙ୍କ ହାତ ଅଛି ବୋଲି ଇସାରା କରିଛନ୍ତି ।

ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସ୍ପଷ୍ଟିକରଣ ଦେଇଛି ଯେ, ଦୁଇ  ଯୁବକ ବିଜେପିର ନୁହଁନ୍ତି । ଏମାନଙ୍କ ମଧ୍ୟରୁ ସମ୍ବିତ ପଣ୍ଡା ବାରଙ୍ଗ ବ୍ଲକ ଚ୍ୟେୟାରମ୍ୟାନଙ୍କ  ସହ ବୁଲନ୍ତି । ସେହିପରି ପିନାକ ମଧ୍ୟ କେବେ ବିଜେପି ନ ଥିଲେ କି ଏବେ ବି ନାହାଁନ୍ତି ବୋଲି ଦଳ ସଫେଇ ଦେଇଛି ।

ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଚାଲୁଛି ବୋଲି ପୋଲିସ କମିଶନର ଯୋଗଶ ବାହାଦୁର ଖୁରାନିଆ କହିଛନ୍ତି ।

Related story